ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଦୁଇ ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍ ଜାରି

କଟକ: ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଦୁଇ ଜଣ ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍ ଜାରି ହୋଇଛି । ଘଟଣାରେ ଉଭୟ ସାମ୍ବାଦିକଙ୍କ ସଂପୃକ୍ତ ନେଇ ମଙ୍ଗଳାବାଗ ଥାନା ପୋଲିସ୍ ନୋଟିସ ଜାରି କରିବା ସହ ବୁଧବାର ଥାନାରେ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସରେ ଉଲ୍ଲେଖ ରହିଛି । ଦୁଇ ୱେବ୍ ସାମ୍ବାଦିକ ହେଲେ ଅସିତ ରାଉତ ଏବଂ ଦିପ୍ତୀମୟ ବୋଲି ଜଣାପଡିଛି । ତେବେ ଦୁଷ୍ମନ୍ତଙ୍କ ସହ  ଏହି ୨ ସାମ୍ବାଦିକଙ୍କ ସମ୍ପର୍କକୁ ନେଇ ଖୋଳତାଡ କରିବ ପୋଲିସ ।

ସୂଚନାମୁତାବକ ଗତ ୭ ତାରିଖରେ ବିଧାନସଭା ଚାଲିଥିବା ବେଳେ ଦୁଷ୍ମନ୍ତ ନିଜ ହାତ କାଟିବା ସହ ବିଷ ପିଇ ଦେଇଥିଲେ । କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍ମନ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରିଥିଲେ ।  ପରେ ଏସସିବିକୁ ସ୍ଥାନାନ୍ତରଣ କରିଥିଲେ । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଦୁଷ୍ମନ୍ତଙ୍କୁ ବିଷ ପିଇବା ପାଇଁ କେହି ଉସ୍‌କାଇଥିବା ଅଭିଯୋଗ ହୋଇଥିଲା । ମଙ୍ଗଳାବାଗ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

ବ୍ରେକିଂ