ଆସନ୍ତାକାଲି ଠାରୁ ଭୁବନେଶ୍ୱର ଏମ୍ସରେ ଇକମୋ ସେବା

ଭୁବନେଶ୍ଵର:  ଆସନ୍ତାକାଲି ଠାରୁ ଭୁବନେଶ୍ୱର ଏମ୍‌ସରେ ମିଳିବ ଇକମୋ ସେବା । ଭୁବନେଶ୍ୱର ଏମ୍‌ସର ନବମ ପ୍ରତିଷ୍ଠା ଦିବସ ଅବସରରେ ଆରମ୍ଭ ହେବ ଇକ୍‌ମୋ ଚିକିତ୍ସା ସେବା । ରାଜ୍ୟର ପ୍ରଥମ ସରକାରୀ ହସ୍ପିଟାଲ ଭାବେ ଏମ୍‌ସରେ ମିଳିବ ଇକମୋ ସେବା ।

କରୋନାରେ ଗୁରୁତର ଆକ୍ରାନ୍ତଙ୍କ ପାଇଁ ଜୀବନ ରକ୍ଷାକାରୀ ଇକମୋ ଚିକିତ୍ସା । ମହାମାରୀ କରୋନାର ଦ୍ୱିତୀୟ ଲହରରେ ଇକ୍‌ମୋ ଚିକିତ୍ସା ନିତାନ୍ତ ଆବଶ୍ୟକ ହୋଇପଡ଼ିଥିବାବେଳେ ଏଥିପାଇଁ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା। ଏନେଇ ଦାବି ଜୋର୍‌ ଧରିବା ପରେ ପ୍ରଥମେ ଏମ୍ସକୁ ଏହି ଚିକିତ୍ସା ବ୍ୟବସ୍ଥା ସରକାର ଯୋଗାଇ ଦେଇଥିଲେ।

Leave A Reply

Your email address will not be published.

ବ୍ରେକିଂ