ତିଗିରିଆର ଶ୍ରୀ ଶ୍ରୀ ପ୍ରସନ୍ନ ପୁରୁଷୋତ୍ତମ ଦେବଙ୍କ ମନ୍ଦିର ନିକଟରେ ଇକୋ-ଟୁରିଜିମ୍‌ ଓ ବିନୋଦନ ପାର୍କ ପ୍ରକଳ୍ପ ନିମନ୍ତେ ବୈଠକ

ଭୁବନେଶ୍ୱର: ତିଗିରିଆର ଶ୍ରୀ ଶ୍ରୀ ପ୍ରସନ୍ନ ପୁରୁଷୋତ୍ତମ ଦେବଙ୍କ ମନ୍ଦିର ନିକଟରେ ପ୍ରବାହିତ ରେଙ୍ଗାଲି ଦକ୍ଷିଣ ପାଶ୍ୱର୍ କେନାଲର ନରସିଂହପୁର ଶାଖା କେନାଲର ପାଶ୍ୱର୍ରେ ଉପଲବ୍ଧ ଖାଲିଥିବା ସରକାରୀ ଜାଗାର ଉନ୍ନତିକରଣ କରାଯାଇ ଇକୋ-ଟୁ୍ୟରିଜିମ୍‌ ଏବଂ ବିନୋଦନ ପାର୍କ ନିର୍ମାଣ ପ୍ରସ୍ତାବ ପରିପ୍ରେକ୍ଷୀରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବୃକ୍ଷରୋପଣ, ହର୍ବାଲ ଗାର୍ଡେନ ଓ ପାର୍କ ଇତ୍ୟାଦି ପ୍ରତିଷ୍ଠା କରାଯାଇ ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯିବ, ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ମନ୍ତ୍ରୀ କହିଛନ୍ତି । ଏହା ଧବଳେଶ୍ୱର, ଭଟ୍ଟାରିକା, ସପ୍ତଶଯ୍ୟା ଏବଂ କପିଳାସ ଆଦି ପ୍ରସିଦ୍ଧ ପର୍ଯ୍ୟଟନ ସର୍କିଟ ନିକଟରେ ଥିବା ଦୃଷ୍ଟିରୁ ଏହାର ଗୁରୁତ୍ୱ ବୃଦ୍ଧି ପାଇବ ବୋଲି ପର୍ଯ୍ୟଟନ ନିର୍ଦ୍ଦେଶକ ମତ ପ୍ରକାଶ କରିଥିଲେ । ଜଙ୍ଗଲ ବିଭାଗ ଏବଂ ଜଳସଂପଦ ବିଭାଗର ସହଭାଗିତାରେ ଇକୋଟୁରିଜିମ୍‌ ପାର୍କ ନିର୍ମାଣ ସହିତ ଜଙ୍ଗଲ ସଂରକ୍ଷଣ ଦ୍ୱାରା ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ।

ଏଥି ନିମନ୍ତେ ଜଳସଂପଦ ବିଭାଗ ଏବଂ ପର୍ଯ୍ୟଟନ ବିଭାଗର ଯୁଗ୍ମ କ୍ଷେତ୍ର ପରିଦର୍ଶନ କରିବେ । ସେହିପରି ପର୍ଯ୍ୟଟନ ବିଭାଗ ସ୍ଥପତିଙ୍କ ସହ ସ୍ଥାନ ପରିଦର୍ଶନ କରି ସମ୍ଭାବ୍ୟ ଇକୋଟୁରିଜିମ୍‌ ଏବଂ ବିନୋଦନ ପାର୍କ ନିର୍ମାଣ ନିମନ୍ତେ ପ୍ରକଳ୍ପ ପ୍ରସ୍ତୁତ କରିବେ । ଆସନ୍ତା ୧୫ ଦିନ ମଧ୍ୟରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ କହିଥିଲେ । ଜଳସଂପଦ ବିଭାଗ ପକ୍ଷରୁ ପାରିପାଶ୍ୱର୍କ ଉନ୍ନୟନ ମାଧ୍ୟମରେ ସ୍ଥାନର ସୌନ୍ଦର୍ଯ୍ୟକରଣ କରାଯିବ । ସଂପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହେବା ପରେ ପ୍ରକଳ୍ପର ରୂପରେଖ ଓ ଅର୍ଥ ବ୍ୟବସ୍ଥା ଚୂଡ଼ାନ୍ତ କରାଯିବ ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ ।

ବୈଠକରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ  ସଚିନ ରାମଚନ୍ଦ୍ର ଯାଦବ, ଅତିରିକ୍ତ ସଚିବ, ପର୍ଯ୍ୟଟନ ବିଭାଗ  ଦୁର୍ଗାପ୍ରସାଦ ମହାପାତ୍ର, ବନ ସଂରକ୍ଷକ, ଇକୋଟୁରିଜିମ୍‌ ସତ୍ୟନାରାୟଣ ବେହେରା, ଜଳସଂପଦ ବିଭାଗର ଯନ୍ତ୍ରୀ ମୁଖ୍ୟ  ଡି.କେ. ସାମଲ, ଆଠଗଡ଼ ଡିଏଫ୍‌ଓ  ସୁଦର୍ଶନ ଯାଦବ, ଅତିରିକ୍ତ ଜିଲ୍ଲାପାଳ, କଟକ,  ପି.ସି. ମିଶ୍ର, ପି.ଡ଼ିଡିଆର୍‌ଡିଏ, କଟକ ଅମ୍ବର କର, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନ, ନିର୍ବାହୀ ଯନ୍ତ୍ରୀ  ପ୍ରେମାନନ୍ଦ ମାଝୀ, ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ ଏବଂ ଏବିଡିଓ ତିଗିରିଆ ଅଭୀପ୍‌ସା ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ ।

Leave A Reply

Your email address will not be published.

ବ୍ରେକିଂ