ରେଳ ଧାରଣାରେ ୫୦% ଅଘଟଣ ହ୍ରାସ କରିବାକୁ ପୂର୍ବତଟ ରେଳପଥର ଯୋଜନା

ଭୁବନେଶ୍ୱର: ରେଳ ଧାରଣା ଉପରେ ଘଟୁଥିବା ଅଘଟଣ କମ୍ କରିବାକୁ ପୂର୍ବ ତଟ ରେଳପଥ ଏହାର ପରିସୀମା ମଧ୍ୟରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ରେଳ ଧାରଣାରେ ଅସ୍ୱାଭାବିକ ଘଟଣା ଯଥା ଅନୁପ୍ରବେଶ ଓ ଆପତ୍ତି ଜନକ ମାନବ ଚଳାଚଳ ଯୋଗୁଁ ଘଟୁଥିବା ଦୁର୍ଘଟଣା ପାଇଁ ଅନଧିକାର ବରବେଶ ଓ ଅନୁପ୍ରବେଶ ହେଉଛି ମୁଖ୍ୟ ଘଟଣା ଯାହାକି ଜୀବନ ହାନୀ ସହ ଗୁରୁତର ଆହତ ଘଟୁଅଛି ।

ଏହା ବ୍ୟତୀତ ଅନେକ ମୃତ୍ୟୁ ମାମଲା ରୁଜୁ ହୋଇଛି ଯାହାକି  ଟ୍ରେନ୍ ସହିତ ଧକ୍କା ଦେବା କିମ୍ବା ଚାଲନ୍ତି ଟ୍ରେନ ରୁ ଖସି ପଡିବା କିମ୍ବା  ଆତ୍ମହତ୍ୟା କରିବା ଘଟଣା ରେଳବାଇ ନଜରକୁ ଆସୁଅଛି  ।

ପୂର୍ବ ତଟ ରେଳପଥ ମଧ୍ୟରେ ଏହି ଅଘଟଣ ସମ୍ବନ୍ଧରେ ଅତି ସମ୍ବେଦନ ଅଞ୍ଚଳ ଭାବରେ ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ବ୍ରହ୍ମପୁର ଅଞ୍ଚଳକୁ ଚିହ୍ନିତ କରିଛି ।  ଏହା ବ୍ୟତୀତ ଖୋର୍ଦ୍ଧା ରୋଡ଼ ଡିଭିଜନ ଅନ୍ତର୍ଗତ ଜଗନ୍ନାଥପୁର ଏବଂ ବ୍ରହ୍ମପୁର, ବ୍ରହ୍ମପୁର ଏବଂ ଗୋଳନ୍ଥରା, ରେତଙ୍ଗ ଏବଂ ଭୁବନେଶ୍ୱର, ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର, ଯାଜପୁର କେନ୍ଦୁଝର ରୋଡ଼ ୟାର୍ଡ ଏବଂ ମଞ୍ଚେଶ୍ୱର ୟାର୍ଡ ମଧ୍ୟରେ ଅନେକ ଅଘଟଣ ଘଟୁଛି ଏବଂ ଏହାକୁ ଅତି ପ୍ରଭାବିତ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇ ଅଛି ।

ୱାଲଟିୟର ରେଳ ମଣ୍ଡଳ ଅନ୍ତର୍ଗତ ବିଶାଖାପାଟନମ୍, ଶ୍ରୀକାକୁଲମ୍, ବିଜୟନଗରମ୍ ଏବଂ ମାରିପାଲେମ ନିକଟବର୍ତ୍ତୀ ଅଞ୍ଚଳଗୁଡିକ ସହିତ ବିଶାଖାପାଟନମ୍ ଏବଂ ଗୋପାଳପାଟନମ୍, ବିଜୟନଗରମ୍ ଏବଂ କୋରୁକୋଣ୍ଡା, ଦୁସି ଏବଂ ଶ୍ରୀକାକୁଲମ୍ ଏବଂ ସିମାଞ୍ଚଳମ ଏବଂ ଗୋପାଳପାଟନମ୍ ମଧ୍ୟରେ ଘଟୁଥିବା ଅଞ୍ଚଳ ଗୁଡିକୁ ଅତି ପ୍ରଭାବିତ ଅଞ୍ଚଳ ଚିହ୍ନଟ କରାଯାଇଥିବା ବେଳେ ସମ୍ବଲପୁର ରେଳମଣ୍ଡଳ ପରିସୀମା ମଧ୍ୟରେ ସମ୍ବଲପୁର, ଟିଟିଲାଗଡ ଏବଂ ବାଲାଙ୍ଗୀର ଷ୍ଟେସନ ଅଞ୍ଚଳ ସହିତ ଦେଓଗାଓଁ ରୋଡ ଏବଂ ସଇଁଥଲା, ସମ୍ବଲପୁର ଓ ହିରାକୁଦ ଏବଂ ବାଲାଙ୍ଗୀର ଓ ଲୋଇସିଙ୍ଗା ଷ୍ଟେସନ ମଧ୍ୟରେ ଘଟୁଥିବା ଅଂଚଳକୁ ଅତି ପ୍ରଭାବିତ ଅଞ୍ଚଳ ଭାବରେ ଚିହ୍ନଟ କରାଯାଇଅଛି ।

ଏହି ଅପରାଧକୁ କମ୍ କରିବା ପାଇଁ ପୂର୍ବ ତଟ ରେଳବାଇ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ପ୍ରାଚୀର ନିର୍ମାଣ କରିବା କିମ୍ବା ଟ୍ରେଞ୍ଚ ନିର୍ମାଣ କରିବାକୁ ଯୋଜନା କରିଛି | ଏଠି ମଧ୍ୟରେ ଭୁବନେଶ୍ୱର-ମଞ୍ଚେଶ୍ୱର, ବ୍ରହ୍ମପୁର-ଜଗନ୍ନାଥପୁର, ଯାଜପୁର କେନ୍ଦୁଝର ରୋଡ଼ ୟାର୍ଡ, ଗୋପାଳପାଟନମ୍-ବିଶାଖାପାଟନମ୍ ଏବଂ ସିମାଞ୍ଚଳମ ଉତ୍ତର-ଗୋପାଳପାଟନାମ୍ ମଧ୍ୟରେ ସମ୍ବେଦନଶୀଳ ସ୍ଥାନ ନିକଟରେ ଫେନସିଂ କାର୍ଯ୍ୟ ମଧ୍ୟ ଯୋଜନା କରୁଛି । ଉର୍ଲାମ, ତିଲାରୁ-ଉର୍ଲାମ, ବିଜୟନଗରାମ-ନେଲିମରଲା, ବିଜୟନଗରାମ-କୋରୁକୋଣ୍ଡା, ଚିପୁରୁପାଲ୍ଲୀ ଏବଂ ସମ୍ବଲପୁର-ସମ୍ବଲପୁର ରୋଡ ଷ୍ଟେସନ ମଧ୍ୟରେ ଅନୁରୂପ ବ୍ୟବସ୍ତା କରାଯିବ ।

ଅବ୍ୟବହୃତ କଂକ୍ରିଟ୍ ସ୍ଲିପର ଲଗାଇ ରେଳଧାରଣକୁ ପ୍ରବେଶ କରାଯାଉଥିବା ରାସ୍ତା ଅବରୋଧ ପାଇଁ ସୀମା ପ୍ରାଚୀର / ଫେନସିଂ ନିର୍ମାଣ କିମ୍ବା ଗଭୀର ଟ୍ରେଞ୍ଚ ନିର୍ମାଣ କରାଯିବାକୁ ଭଦ୍ରକ ଅଞ୍ଚଳରେ ରଣିତାଲ ଏବଂ ବାଉଦପୁର, ବିଜୟନଗରମ ଏବଂ ଗୋଟଲାମ ଷ୍ଟେସନ ମଧ୍ୟରେ, ବବିଲି ଷ୍ଟେସନ ଏବଂ ପାର୍ବତୀପୁରମ୍ ଷ୍ଟେସନ ଅଞ୍ଚଳରେ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ଏଥିପାଇଁ ନିର୍ମାଣ କାର୍ଯ୍ୟ ସ୍ୱୀକୃତି ଦିଆଯାଇଅଛି । ଏହା ବ୍ୟତୀତ ଭୁବନେଶ୍ୱର ଏବଂ ରତଙ୍ଗ, ବିଜୟନଗରମ ଏବଂ ନେଲିମରଲା, ଗୋପାଲପାଟନମ୍ ଓ ବିଶାଖାପାଟନମ୍ ଓ କୋଟାଭାଲାସା ଏବଂ ପେଂଡୁର୍ତି ଷ୍ଟେସନ୍ ମଧ୍ୟରେ ଥିବା ଅସୁରକ୍ଷିତ ସ୍ଥାନରେ ସମାନ କାର୍ଯ୍ୟ ପାଇଁ ନୂତନ ପ୍ରସ୍ତାବ ଦିଆଯାଇଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରାୟ 110 ନୂତନ ଅସୁରକ୍ଷିତ ସ୍ଥାନ ଚିହ୍ନଟ କରାଯାଇଛି। ଏହି କାର୍ଯ୍ୟକଳାପକୁ ହ୍ରାସ କରିବା ପାଇଁ, ରେଳଧାରଣକୁ ଅନଧିକୃତ ଭାବେ ଯାତାୟାତ କରାଯାଉଥିବା ମାର୍ଗ କିମ୍ବା ପଶୁ, ପଥଚାରୀ ଏବଂ ବାଇକ ଚାଳକଙ୍କ ଅନଧିକୃତ ଚଳପ୍ରଚଳ ବନ୍ଦ କରିବା ପାଇଁ ସମାନ୍ତରାଳ ଭାବେ ପ୍ରଶସ୍ତ ଟ୍ରେଞ୍ଚ ନିର୍ମାଣ କରାଯିବ। ଦୁଇ ଚକିଆ ଯାନକୁ କ୍ରସିଂ ମଧ୍ୟକୁ ପ୍ରବେଶ ଅଟକାଇବା ପାଇଁ ରେଳ ସ୍ଲିପର ଦ୍ୱାରା ବ୍ୟାରିକେଡ୍ ଏବଂ ରେଳ ପୋଷ୍ଟ ନିର୍ମାଣ କରାଯିବ ପାଇଁ ଯୋଜନା କରାଯାଉଅଛି ।

ଅନାଧିକୃତ ଅପରାଧ ଉପରେ ସିସିଟିଭି ମାଧ୍ୟମରେ ନୀରିକ୍ଷଣ କରାଯିବ, ଯଦି ସମ୍ଭବ ନିରକାରପୁର ଠାରେ, ତିଲାରୁ ଏବଂ ଉର୍ଲାମ, ଦେଓଗାଁ ରୋଡ୍-ସଇଁଥଲା ଏବଂ ବାଲାଙ୍ଗୀର ଏବଂ ଲୋଇସିଙ୍ଗା ଷ୍ଟେସନ୍ ମଧ୍ୟରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯିବ।

ରେଲୱେ ଟ୍ରାକରେ ଅନଧିକୃତ ଜାତାୟତକୁ ହ୍ରାସ କରିବା ପାଇଁ, ପୂର୍ବତଟ ରେଳପଥ ଏହାର ଅଧିକାର ଅଧୀନରେ ଥିବା କେତେକ ସ୍ଥାନରେ ପଥ ପଥରେ ବାଧା ସୃଷ୍ଟି କରିବା ପାଇଁ ଟ୍ରାକ୍ କରିବା ପାଇଁ ରେଳ ପୋଷ୍ଟ ଏବଂ ସମାନ୍ତରାଳ ଭାବେ ଗଭୀର ଟ୍ରାଞ୍ଚିଂ କରି କ୍ରସିଂ ବନ୍ଦ କରିଦେଇଛି ।

ଅନଧିକୃତ ଅପରାଧକୁ ରୋକିବା ପାଇଁ କେତେକ ସ୍ଥାନରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ରାସ୍ତା ନିର୍ମାଣ କରାଯିବ ଏବଂ ରାଜ୍ୟ ସରକାରଙ୍କଠାରୁ ଏଥିପାଇଁ ସମ୍ମତି ଗ୍ରହଣ କରାଯାଇଛି ।

ଅନଧିକୃତ ପ୍ରବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଏହାର ଅଧିକାରୀ ମାନଙ୍କୁ ସମ୍ବେଦନଶୀଳ ଅଞ୍ଚଳରେ ତୀକ୍ଷ୍ଣ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ଏବଂ ଅନଧିକୃତ କ୍ରସିଂ ପାଇଁ ଜୋରିମାନା ଆଦାୟ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛି ।

ପୂର୍ବ ତଟ ରେଳପଥ ଦ୍ୱାରା ହାତକୁ ନିଆଯାଇଥିବା ଅନେକ ପଦକ୍ଷେପକୁ ବିଶ୍ଳେଷଣ କଲାପରେ ଜଣାପଡିଛି ଯେ 2018 ମସିହା ଠାରୁ 2019 ମସିହାରେ ଟ୍ରାକରେ ମୃତ୍ୟୁରେ 2.8% ହ୍ରାସ ଘଟିଛି। ସେହିପରି ଜାନୁୟାରୀ ରୁ ଅକ୍ଟୋବର ମାସ ମଧ୍ୟରେ ରେଳ ଧାରଣା ଉପରେ ଜୀବନ ହାନି ଘଟଣା ୨୦୧୯ ତୁଳନାରେ ୨୦୨୦ ମସିହାରେ ପ୍ରାୟ 40% ହ୍ରାସ ହୋଇଥିବା ଜଣାଯାଇଛି ।

 

Leave A Reply

Your email address will not be published.

ବ୍ରେକିଂ