ଓଦା ଡ୍ରେସ୍ ପିନ୍ଧିଲେ ହୋଇପାରେ ଏକ୍ଜିମା, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ପ୍ରତିକାର
ସ୍ୱାସ୍ଥ୍ୟ ଟିପ୍ସ: ଏକଜିମା ଏକ ପ୍ରକାର ଚର୍ମ ରୋଗ। ତେବେ ଏହି ରୋଗୀମାନଙ୍କୁ ଚିହ୍ନଟ କରିବା କିପରି ? ଜାଣନ୍ତୁ ଏହି ରୋଗର କାରଣ ଏବଂ ଲକ୍ଷଣ। ଯାଦୁ, କାଛୁ ଏବଂ କୁଣ୍ଡିଆ ଭଳି ଅନେକ ତ୍ଵଚା ସମ୍ବନ୍ଧୀୟ ରୋଗ ରହିଛି। ଏକଜିମା ରୋଗ ବେଶ ଯନ୍ତ୍ରଣାଦାୟକ ଏବଂ ଦୀର୍ଘ ସ୍ଥାୟୀ ମଧ୍ୟ। ଥରେ ଏହି ରୋଗ ହେବା ପରେ ଏଥିରୁ ମୁକ୍ତି ପାଇବା ବହୁତ କଷ୍ଟକର ହୋଇପଡ଼େ। ଯାଦୁ ହେବା ପରେ ଯେଉଁ କଳା ଦାଗ ହୋଇଥାଏ, ଏହାକୁ ଆମେ ଏକ୍ଜିମା କହିଥାଉ। ଏକଜିମା ଏକ ପ୍ରକାର ଚର୍ମ ରୋଗ। ଅସାବଧାନତା ଅବଲମ୍ବନ କଲେ ଏହା ବହୁତ ସମୟ ପର୍ଯ୍ୟନ୍ତ ଶରୀରରେ ରହିଥାଏ। ଏହି ଚିହ୍ନଗୁଡ଼ିକ ଅଧିକ ଗୁପ୍ତ ଅଙ୍ଗମାନଙ୍କରେ ଦେଖାଯାଏ।
ଲକ୍ଷଣ
- ତ୍ଵଚାରେ ନାଲି ଫୋଟକା ହୋଇଯିବା
- ଘା’ ହୋଇ ପ୍ରବଳ କୁଣ୍ଡାଇବା
- କୌଣସି ଔଷଧ ଲଗାଇବା ମାତ୍ରକେ ଜଳିବା ବା ଯନ୍ତ୍ରଣା ହେବା
- ଯାଦୁ ଭଳି ଚାରିପାଖରେ ଘା’ ହୋଇଯିବା
- ଜ୍ଵର ଆସିବା
ଏକ୍ଜିମା ହେବାର କାରଣ
- ଆଜି କାଲି ତ୍ଵଚାକୁ ନମନୀୟ ଏବଂ କୋମଳ କରିବା ଉଦ୍ଦେଶ୍ୟରେ ଲୋକମାନେ ଅନେକ ରାସାୟନିକ ପଦାର୍ଥର ବ୍ୟବହାର କରୁଛନ୍ତି। ଯଦ୍ୱାରା ସେସବୁ ଶରୀର ପାଇଁ ଉଦ୍ଦିଷ୍ଟ ନ ହୋଇଥିବାରୁ ଏକଜିମା ଦେଖାଦେଉଛି।
- ଦେହରେ ସାବୁନ, ଚୂନ, ଡିଟରଜେଣ୍ଟର ଅଧିକ ଉପଯୋଗ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ।
- ମହିଳାମାନଙ୍କର ଋତୁସ୍ରାବରେ ଅନିୟମିତତା ହେତୁ ଏକଜିମା ହୋଇଥାଏ।
- ଅଧିକ ସମୟ ଓଦା କିମ୍ବା ଝାଳ ପୋଷାକ ପିନ୍ଧି ରହିବା ଫଳରେ ଏପରି ହୋଇଥାଏ।
- କୋଷ୍ଠକାଠିନ୍ୟ ଏବଂ ରକ୍ତ ଅଧିକ ଅପରିଷ୍କାର ହୋଇଗଲେ ଏକଜିମା ହେବାର ଆଶଙ୍କା ଥାଏ।
- ଏକଜିମାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ପୋଷାକ ଜଣେ ସୁସ୍ଥ ବ୍ୟକ୍ତି ପିନ୍ଧିବା ମାତ୍ରକେ ସେହି ବ୍ୟକ୍ତିକୁ ଏକଜିମା ହେବାର ଆଶଙ୍କା ଅଧିକ ରହିଛି।
ପ୍ରତିକାର
- ଗାଧୋଇବା ସମୟରେ ସାବୁନ, ସାମ୍ପୁ ଏବଂ ଡିଟରଜେଣ୍ଟ ଭଳି ରାସାୟନିକ ଦ୍ରବ୍ୟର ବ୍ୟବହାର କମ କରନ୍ତୁ। ନିଜ ହାତ ପ୍ରସ୍ତୁତ ସାବୁନ ମଧ୍ୟ ଲଗାଇ ପାରିବେ।
- ଗାଧୋଇବା ପାଇଁ ଗ୍ଲିସେରିନ ସାବୁନର ବ୍ୟବହାର କରନ୍ତୁ।
- ଗାଧୋଇ ସାରିବା ପରେ ସମ୍ପୂର୍ଣ୍ଣ ଶରୀରରେ ନଡ଼ିଆ ତେଲ ଲଗାନ୍ତୁ।
- ସବୁ ସମୟରେ ସଫା ପୋଷାକ ପିନ୍ଧିବା ପାଇଁ ଚେଷ୍ଟା କରନ୍ତୁ।
- ଝାଳ ହୋଇଥିବା କିମ୍ବା ବର୍ଷାରେ ଓଦା ହୋଇଯାଇଥିବା ପୋଷକକୁ ବେଶୀ ସମୟ ଦେହରେ ରଖନ୍ତୁ ନାହିଁ।
- ଲୁଣି ମାଛ, ଲାଳ ଜାତୀୟ ପନିପରିବା ଏବଂ ମାଂସ ଖାଆନ୍ତୁ ନାହିଁ।
- ଅଧିକ ସମୟ ଘା’ରେ ନଖ ଲଗାନ୍ତୁ ନାହିଁ। ଯଦ୍ୱାରା ଘା’ ସଂକ୍ରମଣ ହେବାର ଆଶଙ୍କା ରହିଛି।
- ଡାକ୍ତରଙ୍କ ପରାମର୍ଶ ନେବା ପରେ ହିଁ କୌଣସି ମଧ୍ୟ ଆଣ୍ଟି ଫଙ୍ଗଲ କ୍ରିମର ବ୍ୟବହାର କରନ୍ତୁ। ଏହାକୁ ନିୟମିତ ଭାବରେ ବ୍ୟବହାର କରିବା ଫଳରେ କିଛି ଦିନ ମଧ୍ୟରେ ଦାଗ ଦୂର ହୋଇଥାଏ।
- ପୋଷାକରେ ସାବୁନ ଏବଂ ଡିଟରଜେଣ୍ଟର ବ୍ୟବହାର କରି ସାରିବା ପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ପୋଷାକ ଭଲ ଭାବରେ ଶୁଖିଯିବ, ତେବେ ହିଁ ତାହାକୁ ପିନ୍ଧନ୍ତୁ।
- ଯାଦୁ ହୋଇଥିବା ସ୍ଥାନରେ ପାଣି ବାହାରିଲେ ତାହାକୁ ସଫା ପାଣିରେ ଧୋଇ ଦିଅନ୍ତୁ।