ଅନିଲ ଦେଶମୁଖଙ୍କ ଠାରୁ ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ

ମୁମ୍ବାଇ: ମହାରାଷ୍ଟ୍ରରେ ୧୦୦ କୋଟି  ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ଘଟଣା । ତେବେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଠାରୁ ୪.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ମନି ଲଣ୍ଡରିଂ ମାମଲାରେ ସମ୍ପୃକ୍ତି ଥିବା ନେଇ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଇଡି ପିଏମଏଲ, ଅନୁସାରେ ଅନିଲ ଦେଶମୁଖ, ତାଙ୍କ ପତ୍ନୀ ଓ କମ୍ପାନୀର ପ୍ରିମିୟର ପୋର୍ଟ ଲିଙ୍କ ପ୍ରାଇଭେଟ୍ ଲିମିଡେଟ୍‌ର ୪.୪୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସବୁ ସମ୍ପତ୍ତି ଭିତରେ ମୁମ୍ବାଇର ଏକ ରେସିଡେନ୍ସିଆଲ ଫ୍ଲାଟ ରହିଛି, ଯାହାର ମୂଲ୍ୟ ୧.୫୪ କୋଟି ଟଙ୍କା। ସେଭଳି ରାୟଗଡରେ ତାଙ୍କର ୨.୬୭ କୋଟି ଟଙ୍କାର ଜମିକୁ ମଧ୍ୟ ଜବତ କରାଯାଇଛି।

ସବୁଠାରୁ ବଡ଼ କଥା ହେଉଛି ୭୨ ବର୍ଷିୟ ଦେଶମୁଖଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ତରଫରୁ ବାରମ୍ବାର ପଚରାଉଚରା ପାଇଁ ଡକା ଯାଇଥିଲେ ମଧ୍ୟ ସେ ଯାଇନଥିଲେ । ଏହାପୂର୍ବରୁ ତାଙ୍କ ପୁଅ ହ୍ରିଷିକେଶ ଏବଂ ପତ୍ନୀଙ୍କୁ ମଧ୍ୟ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଡକାଯାଇଥିଲା କିନ୍ତୁ ସେମାନେ ମଧ୍ୟ ସାକ୍ଷି ଦେବାକୁ ମନା କରିଦେଇଥିଲେ।

ସୂଚନାଯୋଗ୍ୟ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମ୍ବୀର ସିଂଙ୍କ ଅଭିଯୋଗ ଅନୁଯାୟୀ ସିବିଆଇ ଏବଂ ଇଡି ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ସିଂ ତାଙ୍କ ଅଭିଯୋଗରେ ଦେଶମୁଖଙ୍କୁ ଅତି କମରେ ୧୦୦କୋଟି ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ