ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ରେଡ୍‌

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଇଡିର ରେଡ୍‌। ଏନଫୋର୍ସମେଣ୍ଟ ଡିପାର୍ଟମେଣ୍ଟ ଶୁକ୍ରବାର ଦିନ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରେ ଚଢାଉ କରିଛି। ନାଗପୁରରେ ଥିବା ଅନିଲ ଦେଶମୁଖଙ୍କ ଘରେ ଇଡି ର ରେଡ କରିଛି।

ଏଥିସହ ଇଡିର ଅଧିକାରୀମାନେ ଅଧିକ ପଚାରଉଚରା କରିବା ପାଇଁ ଅନୀଲ ଦେଶମୁଖଙ୍କ ପିଏସ୍‌ ସଞ୍ଜୀବ ପଲାଣ୍ଡେ ଓ ପିଏ କୁନ୍ଧନ ସିନ୍ଧେଙ୍କୁ ନିଜ ସହ ଉଠାଇ ନେଇ ଯାଇଛନ୍ତି। ଖୁବଶୀଘ୍ର ଅନୀଲ ଦେଶମୁଖ ଗିରଫ ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।

ସୂତ୍ର ଅନୁସାରେ, ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଯେ ଏକାଧିକ ବାର୍‌ ମାଲିକଙ୍କ ଠାରୁ ନିଲମ୍ବିତ ପୁଲିସ୍‌ ଅଧିକାରୀ ସଚିନ ବାଜେଙ୍କ ଜରିଆରେ ଦେଶମୁଖ ୪ କୋଟି ଟଙ୍କା ଆଦାୟ କରିଥିଲେ। କିଛି ମାସ ମଧ୍ୟରେ ଏହି ଅର୍ଥ ଆଦାୟ ହୋଇଥିଲା। ଏହି ଅର୍ଥକୁ ଶେଲ କମ୍ପାନୀ ଜରିଆରେ ଦେଶମୁଖଙ୍କ ପାଖକୁ ପଠା ଯାଇଥିଲା।

ଏହି ଶେଲ କମ୍ପାନୀ ଗୁଡ଼ିକ ମହାରାଷ୍ଟ୍ର ବାହାରେ ରହିଛି। ସେହିପରି କମ୍ପାନୀର ମାଲିକାନା ଦେଶମୁଖଙ୍କ ସମ୍ପର୍କୀୟଙ୍କ ନାଁରେ ରହିଛି। ଏହି ପ୍ରମାଣ ଜରିଆରେ ଇଡି ଅନୀଲ ଦେଶମୁଖଙ୍କୁ ଗିରଫ କରିପାରିବ।

Leave A Reply

Your email address will not be published.

ବ୍ରେକିଂ