ଇଡିଆଇଆଇ ପକ୍ଷରୁ ଏସ୍‌ସି/ଏସ୍‌ଟି ଉଦ୍ୟୋଗୀଙ୍କ ପାଇଁ ଅନଲାଇନ୍ ଦକ୍ଷତା ଗଠନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଏଣ୍ଟରପ୍ରେନ୍ୟୁଅରସିପ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ପକ୍ଷରୁ ଏସ୍‌ସି/ଏସ୍‌ଟି ଉଦ୍ୟୋଗୀଙ୍କ ପାଇଁ ଅନଲାଇନ୍ ଦକ୍ଷତା ଗଠନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ଭାରତ ସରକାରଙ୍କ  ଏମ୍‌ଏସ୍‌ଏମ୍‌ଇ  ମନ୍ତ୍ରଣାଳୟର ଜାତୀୟ ଏସ୍‌ସି-ଏସ୍‌ଟି ହବ୍ ସ୍କିମ୍‌ ଅଧୀନରେ ପୁରୁଣା ଏବଂ ଉଦୀୟମାନ ଏସ୍‌ସି-ଏସ୍‌ଟି ଉଦ୍ୟୋଗୀଙ୍କ ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ଉଦ୍ୟମିତା ଓ ଦକ୍ଷତା ଗଠନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଚଳିତ ବର୍ଷ କୋଭିଡ୍ ସ୍ଥିତିକୁ ନଜରରେ ରଖି ଅକ୍ଟୋବର ୫ ଠାରୁ ଏହି କାର୍ଯ୍ୟକ୍ରମକୁ ଅନଲାଇନ୍ ମାଧ୍ୟମରେ ଆୟୋଜନ କରାଯିବା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ନିଜ ସଂସ୍ଥା ଗଠନ କରିବାରେ ଏସ୍‌ସି ଓ ଏସ୍‌ଟି ଯୁବପିଢ଼ିଙ୍କୁ ସୁଗମତା ଓ ପ୍ରଶିକ୍ଷଣ ପ୍ରଦାନ କରିବା । ଭୁବନେଶ୍ୱର ବ୍ୟତୀତ ଏହି କାର୍ଯ୍ୟକ୍ରମକୁ ଅହମ୍ମଦାବାଦ, ଭାପି, ବେଙ୍ଗାଲୁରୁ, ଲକ୍ଷ୍ନୌ, ଭୋପାଲ, ଥ୍ରିସୁର   ଓ ଗୌହାଟିରେ ଆୟୋଜନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଉଦ୍ୟମିତା ଲଘୁ ଦକ୍ଷତାର ବିକାଶ, ମାର୍କେଟିଂ ଓ ବ୍ରାଣ୍ଡିଂ, ଆର୍ଥିକ ପରିଚାଳନା, ଡିଜିଟାଲ୍‌ ମାର୍କେଟିଂ, ଉଦ୍ୟମିତା ସଚେତନତା ଓ ବିକାଶ କାର୍ଯ୍ୟକ୍ରମ ଆଦି ବିଷୟ ସାମିଲ ରହିଛି । କାର୍ଯ୍ୟକ୍ରମ ସମ୍ପର୍କରେ ଇଡିଆଇଆଇ ଡିପାର୍ଟମେଂଟ୍ ଅଫ୍ ପ୍ରୋଜେକ୍ଟସ୍ ର ନିର୍ଦେଶକ ଶ୍ରୀଯୁକ୍ତ ଏସ୍ ବି ସରିନ୍‌ କହିଛନ୍ତି ଯେ, “ନିଯୁକ୍ତି ସୃଷ୍ଟି, ଆୟ ଓ ସଂପତି ସୃଷ୍ଟି କେବଳ ଦେଶର ଏକ ଲକ୍ଷ୍ୟ ନୁହେଁ ବରଂ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଲୋକମାନେ ଏଥିପାଇଁ ଅଭିଳାଷ ରଖିଛନ୍ତି । ଏହି ସବୁ ଲକ୍ଷ୍ୟ ହାସଲ କରିବା ଲାଗି ଦେଶ ସମ୍ବଳର ସର୍ବାଧିକ ଉପଯୋଗ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଉଚ୍ଚ ମାନର ସଫଳତା ହାସଲ କରିବା ଲାଗି ବ୍ୟକ୍ତିବିଶେଷଙ୍କୁ ମଧ୍ୟ ନିଜ ଦକ୍ଷତା ଶାଣିତ କରିବାକୁ ହେବ ।

ବିଶେଷ କରି ଉପେକ୍ଷୀତ ଏବଂ ଏସ୍‌ସି/ଏସ୍‌ଟି ସମୁଦାୟର ସଦସ୍ୟ ଯେଉଁମାନଙ୍କ ଠାରେ ଦକ୍ଷତା ଓ ଶିକ୍ଷା ସୀମିତ ମାତ୍ରାରେ ପହଂଚିଛି ଏବଂ ସେମାନଙ୍କୁ ସେମାନଙ୍କ ପ୍ରତିଭା ଜାଣିବା ଲାଗି ସାମ୍ନା ସାମ୍ନି ହେବା ପାଇଁ ଉଦ୍ୟମର ଆବଶ୍ୟକତା ରହିଛି । ପ୍ରଶିକ୍ଷଣ, ଶିକ୍ଷା ଓ କାଉନସେଲିଂ ସଫଳତା ଭିତିକ ଏବଂ ସଂସ୍ଥାଗତ ଲୋକମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିପାରିବ ।

Leave A Reply

Your email address will not be published.

ବ୍ରେକିଂ