ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୁଳୁ: ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର । କର୍ଣ୍ଣପୁର ପଞ୍ଚାୟତ ସାନଜୋରଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ମୃତ ଦମ୍ପତି ହେଉଛନ୍ତି ଦୁଃଖବନ୍ଧୁ ସାହୁ ଓ ପାଞ୍ଚାଳୀ ସାହୁ । ସକାଳୁ ଘରଲୋକେ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଉଭୟେ ରାତିରେ ଖାଇସାରି ନିଜ କୋଠରୀରେ ଶୋଇଥିଲେ । ତେବେ ଶୋଇବା ଘରେ ଉଭୟେ ଏକ ଟେବୁଲ ଫ୍ୟାନ ବ୍ୟବହାର କରିଥିଲେ ।

ସେହି ଫ୍ୟାନଟି ସର୍ଟ ସର୍କିଟରୁ ପୋଡିଯାଇ ପୁରା ଘର ଧୁଆଁମୟ ହୋଇଯାଇଥିଲା । ଏଥିରେ ଉଭୟଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଜଣାପଡିଛି ।

 

 

Leave A Reply

Your email address will not be published.

ବ୍ରେକିଂ