ଦେବ ଦର୍ଶନ ହେଲା ଶେଷ ଦର୍ଶନ,ଟ୍ରକ ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ

ସମ୍ବଲପୁର: ନୂଆବର୍ଷରେ ମହାଦେବଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଟ୍ରକ ଧକ୍କାରେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ। ଏଭଳି ଅଘଟଣ ଘଟଛି ସମ୍ବଲପୁର ସହରର ସରଲାକାନୀ ଛକରେ। ମର୍ମନ୍ତୁଦ ଦୁର୍ଘଟଣାରେ ବୃଦ୍ଧ ଦମ୍ପତ୍ତି କହ୍ନେୟାଲାଲ ସୋନୀ(୬୭) ଓ  ପତ୍ନୀ ମୁନୀ ଦେବୀ ସୋନୀଙ୍କ(୬୩) ମୃତ୍ୟୁ ହେଇଛି।  

ସୂଚନାନୁସାରେ ସ୍ଥାନୀୟ ଟାଟା ନଗର ପେଟ୍ରୋଲ ପମ୍ପ ନିକଟରେ ରୁହନ୍ତି କହ୍ନୋଲାଲଙ୍କ ସପରିବର ।  ଶୁକ୍ରବାର ରାତିରେ ପୁରା ପରିବାର ଜିରୋ ନାଇଟ କୁ ବେଶ ଆନନ୍ଦ ଉଲ୍ଲାସରେ ପାଳିଥିଲେ। ଆଜି ସନ୍ଧ୍ୟାରେ ପତ୍ନୀଙ୍କ ସହ କହ୍ନେୟାଲାଲ ସ୍କୁକଟରେ ମାନେଶ୍ୱର ମହାଦେବ ମନ୍ଦିରକୁ ଯାଇଥିଲେ। ହେଲେ ଫେରିବା ବେଳେ ସରଲାକାନୀ ଛକ ନିକଟରେ ଏକ ଦୃତ ଗତିରେ ଆସୁଥିବା ଟ୍ରକ ସେମାନଙ୍କୁ ଧକ୍କା ଦେଇ ଉପରେ ଚଢି ଯାଇଥିଲା। ଆଉ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଧନୁପାଲି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।   

Leave A Reply

Your email address will not be published.

ବ୍ରେକିଂ