ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ଖଲ୍ଲିକୋଟ: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା । ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଂଚାୟତର ବି .ନୂଆପାଲି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣକ ଯୁଧିଷ୍ଠିରର ବୋଲି ଜଣାପଡିଛି । ତେବେ ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ପୋଲିସ ଗ୍ରାମର ତିନି ମହିଳା ଓ ଦୁଇ ପୁରୁଷଙ୍କୁ ଥାନାକୁ ଆଣି ପଚରାଉଚରା ଜାରି ରଖିଥିବା ସୂଚନା ମିଳିଛି ।

ସୂଚନାମୁତାବକ ବି ନୂଆପାଲି ଗ୍ରାମର ଯୁଧିଷ୍ଠିର ପ୍ରଧାନ ନାମକ ଜଣେ ବୃଦ୍ଧ ଉକ୍ତ ଗ୍ରାମ ନିକଟରେ ଥିବା ଅଲିପୁର ଗ୍ରାମକୁ ଜେରକ୍ସ କରିବା ପାଇଁ ସାଇକେଲ ଯୋଗେ ଯାଇଥିଲେ । ହେଲେ ଆଉ ଘରକୁ ଫେରିନଥିଲେ । ବହୁତ ଖୋଜାଖୋଜି କରିବା ପରେ ଭାଇକୁ ନପାଇବାରୁ ମନରେ ଭୟ ସୃଷ୍ଟି ହେଲା । ଏନେଇ ମୃତକଙ୍କ ସାନ ଭାଇ ଖଲ୍ଲିକୋଟ ଥନାରେ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ଖଲ୍ଲିକୋଟ ପୋଲିସ ବିଭିନ୍ନ ସ୍ଥାନ ଛାନଭିନ କରିବା ପରେ ମୃତ ଯୁଧିଷ୍ଠିରଙ୍କ ଗାମୁଛା ,ଚପଲ ଓ ଜେରକ୍ସ କାଗଜ ଓ ଅଳ୍ପ ଦୂରରେ ସାଇକେଲ ପଡିଥିବା ଠାବ କରିଥିଲା । ତେବେ ଯୁଧିଷ୍ଠିରଙ୍କୁ ହତ୍ୟା କରି ପୋତାଯାଇଥିବା ପୋଲିସ ସନ୍ଦେହ କରୁଛି । ସେହିପରି ତାଙ୍କୁ ହତ୍ୟା କରି ପୋତା ଯାଇଥିବା ସ୍ଥାନ ମଧ୍ୟ ଠାବ କରାଯାଇଥିବା କୁହାଯାଉଛି ।  ହେଲେ ରାତି ହୋଇଯିବାରୁ ମୃତ ଯୁଧିଷ୍ଠିରଙ୍କୁ ପୋତାଯାଇ ଥିବା ଗାତ ଖୋଲାଯାଇ ପାରିନଥିଲା । ଫଳରେ ମଙ୍ଗଳବାର ଦିନ ମାଜିଷ୍ଟର ଓ ସାଇଣ୍ଟିଫିକ ଟିମଙ୍କ ଉପସ୍ଥିତିରେ ଖୋଳାଗଲା ପରେ ପ୍ରକୃତ ରହସ୍ୟ ଜଣାପଡିବ । ପୋଲିସ ସନ୍ଦେହରେ ଗ୍ରାମର ତିନି ମହିଳା ଓ ଦୁଇ ପୁରୁଷଙ୍କୁ ଥାନାକୁ ଆଣି ପଚରାଉଚରା କରି ତଦନ୍ତ ଚଳାଇଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ