ମହାନଦୀରେ ବୁଡି ବୃଦ୍ଧ ମୃତ

ବାଙ୍କୀ : ତିଗିରିଆ ଅଞ୍ଚଳର ଚଷାଆରା ଗ୍ରାମରେ ମହାନଦୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ଚଷାଆରା ଗ୍ରାମର ଅପର୍ତ୍ତି ବେହରା (୭୨) । ଶୌଚ ହେବାକୁ ଯାଇ ସେ ପାଣିରେ ବୁଡି ଯାଇଥିବା ସୂଚନା ମିଳିଛି ।

ଆଜି ମଧ୍ୟାହ୍ନରେ ଅପର୍ତ୍ତି ବେହରା ଶୌଚ ହେବାକୁ ମହାନଦୀ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସି ଯାଇଥିଲା । ମହାନଦୀରେ ପାଣି ଅଧିକ ଥିବାରୁ ସେ ସ୍ରୋତରେ ଭାସିଯାଇଥିଲେ।ଏହା ଦେଖି ମହାନଦୀରେ ମାଛ ଧରୁଥିବା କିଛି ବ୍ୟକ୍ତି ଅପର୍ତ୍ତିଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।  ତୁରନ୍ତ ତାଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ଅପର୍ତ୍ତିଙ୍କୁ ମୃତ ଘୋଷଣା କରିଥିଲେ।

 

Leave A Reply

Your email address will not be published.

ବ୍ରେକିଂ