ପଶ୍ଚିମବଙ୍ଗ ସମେତ ୫ ରାଜ୍ୟରେ ନିର୍ବାଚନ ତାରିଖ ଆଜି ଘୋଷଣା ହୋଇପାରେ !

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଓ କେରଳ ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାରିଖ ଆଜି ଘୋଷଣା ହୋଇପାରେ । ଦିଲ୍ଲୀରେ ନିର୍ବାଚନ ଆୟୋଗ ସନ୍ଧ୍ୟା ସାଢେ ୪ଟାରେ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି । ଏଥିରେ ତାରିଖ ଘୋଷଣା ହୋଇପାରେ ।

ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ବ୍ୟତୀତ ଆସାମ, କେରଳ, ତାମିଲନାଡୁ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ଚଳିତବର୍ଷ ନିର୍ବାଚନ ହେବ ।

ପଶ୍ଚିମବଙ୍ଗରେ ବିଧାନସଭାର ସମୁଦାୟ ୨୯୪ ସିଟ୍ ଅଛି ଏବଂ ମମତା ବାନାର୍ଜୀଙ୍କ ଟିଏମସି ସରକାରଙ୍କ କାର୍ଯ୍ୟକାଳ ମେ ୩୦ ରେ ସରୁଛି । ପଶ୍ଚିମବଙ୍ଗ ବ୍ୟତୀତ ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀରେ ମଧ୍ୟ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳ ମେ ଓ ଜୁନରେ ସମାପ୍ତ ହେଉଛି ।

କରୋନା ଭାଇରସ ମହାମାରୀ ମଧ୍ୟରେ ପ୍ରଥମ ଥର ଏତେ ଅଧିକ ରାଜ୍ୟରେ ଏକାଠି ନିର୍ବାଚନ ହେବାକୁ ଯାଉଛି । ମହାମାରୀ ସ୍ଥିତିକୁ ନଜରରେ ରଖି ଏହି ରାଜ୍ୟମାନଙ୍କରେ ମତଦାନ କେନ୍ଦ୍ରର ସଂଖ୍ୟା ବଢିବା ସମ୍ଭାବନା ରହିଛି । ଏହା ପୂର୍ବରୁ ନିର୍ବାଚନ ଆୟୋଗ ଗତ ବର୍ଷ ଅକ୍ଟୋବର-ନଭେମ୍ବରରେ ବିହାରରେ ବିଧାନସଭା ନିର୍ବାଚନର ଆୟୋଜନ କରାଇଥିଲେ । ଏଠାରେ ସାମାଜିକ ଦୂରତାର ପାଳନ କରି ମତଦାନ କେନ୍ଦ୍ର ସଂଖ୍ୟା ବଢାଯାଇଥିଲା ।

Leave A Reply

Your email address will not be published.

ବ୍ରେକିଂ