କଟକର ଯୋବ୍ରା ବ୍ୟାରେଜରେ ଏକ ହାତୀ ମୃତଦେହ ଠାବ

କଟକ :  କଟକର ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ଠାବ ହୋଇଛି । ତେବେ ଏହି ହାତୀଟି ଶୁକ୍ରବାର ମୁଣ୍ଡଳି ବ୍ରିଜ୍‌ ନିକଟରେ ଫସି ଥିବା ହାତୀ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ।  ଯୋବ୍ରା ବ୍ୟାରେଜ୍‌ର ଗୋଟିଏ ଗେଟ୍ ଦେଇ ପାଣି ଯାଉଥିବା ବେଳେ ସେଠାରେ ହାତୀଟିର ଗୋଡ଼ ଦେଖାଯାଉଛି।  ବନବିଭାଗ ପକ୍ଷରୁ  ହାତୀର ମୃତଦେହ ଉଦ୍ଧାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଯେ, କଟକ ସ୍ଥିତ ମୁଣ୍ଡଳି ବ୍ୟାରେଜ୍‌ ନିକଟରେ ଏକ ଦନ୍ତା ହାତୀ ପାଣି ଭିତରେ ଫସିଯାଇଥିଲା । ହାତୀକୁ ଉଦ୍ଧାର କରିବାକୁ ଯାଇଥିଲେ ଓଡ୍ରାଫ୍‌ ଟିମ୍‌ । ତେବେ ଏହି ଓଡ୍ରାଫ୍‌ ଟିମ୍‌ରେ ୨ଜଣ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଯାଇଥିଲା । ଏତିକିବେଳେ ହଠାତ ପାଣି ସୁଅରେ ଭାସି ଯାଇଥିଲା ବୋଟ୍ । ବୋଟ୍ ଓଲଟି ପଡ଼ିବାରୁ ଏଥିରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ହୋଇଥିଲା । ଆଉ ୫ ଜଣଙ୍କୁ ଉଦ୍ଧାର କରି କଟକ ଏସସିବିରେ ଭର୍ତ୍ତି କରାଯାଇଛି । 

 

Leave A Reply

Your email address will not be published.

ବ୍ରେକିଂ