ହାତୀ ମୃତ୍ୟୁ ଘଟଣା: ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ନିଲମ୍ବିତ

ସମ୍ବଲପୁର :  ସମ୍ବଲପୁର ଜିଲ୍ଲା ଯୁଜୁମୁରା ରେଞ୍ଜରେ ବାରମ୍ବାର ହେଉଥିବା ହାତୀ ମୃତ୍ୟୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଗତ ୩ ବର୍ଷ ମଧ୍ୟରେ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ୬ଟି ହାତୀ ପ୍ରାଣ ହରାଇଛନ୍ତି । ତେବେ ଏହି ଘଟଣାକୁ ନେଇ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜର ଗୌରୀଶଙ୍କର ଦାସ ନିଲମ୍ବନ କରାଯାଇଛି ।

ସୂଚନାଯୋଗ୍ୟ, ଗତ ୨୦୧୯ ରୁ ୨୦୨୧ ମଧ୍ୟରେ ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୋଟ ୬ ଟି ହାତୀଙ୍କର ମୃତ୍ୟୁ ଘଟିଥିଲା । କେତେବେଳେ , ରେଳଧକ୍କାରେ ତ ଆଉ କେତେବେଳେ ଶିକାରୀଙ୍କ ଦ୍ୱାରା ହାତୀମାନଙ୍କ ମୃତ୍ୟୁ ଘଟିଥିଲା । ଫଳରେ ଏହି ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । ତେବେ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ