ବାରପାହାଡ ରିଜର୍ଭ ଜଙ୍ଗଲରେ ମୃତ ହାତୀର ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ତରଭା: ସୋନପୁର ରେଞ୍ଜ ଅନ୍ତର୍ଗତ ମେଣ୍ଡା ନିକଟସ୍ଥ ବାରପାହାଡ ରିଜର୍ଭ ଜଙ୍ଗଲ ଭିତରୁ ଆଜି ଏକ ମୃତ ହାତୀର ଗଳିତ ଶବ ଉଦ୍ଧାର କରାଯାଇଛି । ହାତୀଟିର ବୟସ ୨ ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଉଛି ।

ସୂଚନାନୁଯାୟୀ, ଗତକାଲି ରାଜପାଲି ଗ୍ରାମର କିଛି ଯୁବକ ଜଙ୍ଗଲକୁ ଭୋଜି କରିବାକୁ ଯାଇଥିବା ବେଳେ ଜଙ୍ଗଲରୁ ମୃତ ଶବର ଗନ୍ଧ ଆସିଥିଲା । ସେମାନେ ପାହାଡରେ ଥିବା ବାରପାହାଡ ଦେବୀଙ୍କ ଗୁମ୍ଫା ଉପରେ ଏକ ହାତୀର ଶବ ପଡିଥିବା ଦେଖିଥିଲେ । ସେମାନେ ଜଙ୍ଗଲ ବିଭାଗକୁ ଖବର ଦେଲାପରେ ନାରାୟଣପୁର ସେକ୍ସନ ଫରେଷ୍ଟର ଏକ ଟିମ୍ ଆସି ଖୋଜାଖୋଜି କରି ଶବକୁ ପାଇଥିଲେ ।

ଆଜି ଏବିଷୟରେ ଖବର ପାଇ ସୋନପୁର ଏସିଏଫ ପ୍ରଫୁଲ୍ଲ ଧରୁଆ,ସୋନପୁର ରେଞର,ମେଣ୍ଡା ଫାଣ୍ଡି ଅଧିକାରୀ ଓ ସିଡିଭିଓ ପହଞ୍ଚିଥିଲେ । ଆବଶ୍ୟକ ତଦନ୍ତ ପରେ ଶବର ବ୍ୟବଚ୍ଛେଦ କରାଇ ପୋତିବାର ବ୍ୟବସ୍ଥା କରାଯାଉଛି ବୋଲି ଏସିଏଫ କହିଛନ୍ତି ।

ତେବେ, ମୃତ୍ୟର କାରଣ ଜଣା ପଡିନଥିଲେ ସୁଦ୍ଧା ବାରପାହାଡ ଜଙ୍ଗଲ ଭିତରେ ଥିବା ଡୁମେରଖୋଲ ଗାଁ ନିକଟସ୍ଥ ଜଙ୍ଗଲରେ ବେଆଇନ ମଦ ରନ୍ଧା ପାଇଁ ରଖାଯାଇଥିବା ମହୁଲ ପୋଚ ଖାଇ ଫୁଡ ପଏଜନିଙ୍ଗ ହୋଇ ହାତୀଟି ମୃତ୍ୟବରଣ କରିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.

ବ୍ରେକିଂ