ଖୋର୍ଦ୍ଧା: ଖୋର୍ଦ୍ଧା ହସ୍ପିଟାଲ କ୍ୟାମ୍ପସ ପରିସରରେ ହାତୀ ବୁଲୁଥିବା ଦେଖିବାକୁ ମିଳିଛି । ବନବିଭଗର ସାତ ଜଣିଆ ଟିମ୍ ହାତୀକୁ ଠାବ କରି ତାକୁ ଘଉଡାଇବାକୁ ଉଦ୍ୟମ କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ହାତୀକୁ ଘଉଡ଼େଇବାରେ ସଫଳ ହୋଇନାହିଁ ବନ ବିଭାଗ ।
ଖୋର୍ଦ୍ଧା ହସ୍ପିଟାଲ କ୍ୟାମ୍ପସ ପରିସରରେ ହାତୀ ବୁଲୁଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭଗର ସାତ ଜଣିଆ ଟିମ୍ ପହଞ୍ଚି ହାତୀ ଘଉଡାଇବାରେ ଲାଗିଛନ୍ତି । ଡାକ୍ତରଖାନା ପରିସର ଭିତରେ ଥିବା ଜଙ୍ଗଲରେ ହାତୀଟି ଥିବା ବନବିଭାଗ ଅନୁମାନ କରୁଛି । ହାତୀ ପାଦ ଚିହ୍ନକୁ ଖୋଜି ତା ଗତିବିଧି ଉପରେ ତିକ୍ଷ୍ଣ ନଜର ରଖିଛି ବନ ବିଭାଗ ।