ଦେବଗଡରୁ ଚୋରା ହାତୀ ଦାନ୍ତ ଜବତ,୨ ଗିରଫ

ଦେବଗଡ଼ : ଦେବଗଡରୁ ଚୋରା  ହାତୀ ଦାନ୍ତ ଜବତ କରିଛି ବନ ବିଭାଗ।  ଦେବଗଡ଼ ରେଞ୍ଜ ତିଳେଇବଣି ବ୍ଳକ ସଡୋ ଗାଁରୁ ଚୋରା ହାତୀ ଦାନ୍ତ ବିକ୍ରି କରିବାକୁ ଆଣିଥିବା ୨ ଜଣଙ୍କୁ ଗିରଫ କରିବା ସହ ଦୁଇଟି ହାତୀ ଦାନ୍ତ ଜବତ କରିଛି । ତେବେ ହାତୀ ଦାନ୍ତ ନେବାକୁ ଆସିଥିବା ବେପାରୀମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି ।

ସୂଚନା ଅନୁଯାୟୀ ହାତୀ ଦାନ୍ତ ବିକ୍ରି ନେଇ ବନ ବିଭାଗ ପାଖରେ ସୂଚନା ମିଳିଥିଲା । ଏନେଇ ଦେବଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ ଏକ ସ୍ୱତନ୍ତ୍ର ସ୍ୱାର୍ଡ ଗଠନ କରିଥିଲେ । ନିକଟସ୍ଥ ଭୂତେଲ ଗ୍ରାମର ପବିତ୍ର ମାଝୀ (୪୧) ଓ ମନଫୁଲ ମାଝୀ(୩୨) ହାତୀ ଦାନ୍ତ ବିକ୍ରି ପାଇଁ ପୂର୍ବ ଆଲୋଚନା ଅନୁସାରେ ସଡୋ ଗ୍ରାମକୁ ଆସିଥିଲେ । ସେଠାରେ ବିକ୍ରି ପାଇଁ କଥାବାର୍ତ୍ତା ଚାଲିଥିବା ବେଳେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ଦୁଇ ହାତୀ ଦାନ୍ତ ଜବତ କରିବା ସହ ବିକ୍ରି କରିବା ପାଇଁ ଆସିଥିବା ଭୂତେଲ ଗ୍ରାମର ୨ ଅଭିଯୁକ୍ତଙ୍କୁ କାବୁ କରିଥିଲେ ।

ତେବେ ହାତୀ ଦାନ୍ତ କଣିବାକୁ ଆସିଥିବା ବ୍ୟକ୍ତି ମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲେ ।ଜଙ୍ଗଲ ବିଭାଗ ଗିରଫ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଜାରୀ ରଖିଛି । ଜବତ ହାତୀ ଦାନ୍ତର ଓଜନ ୪ କେଜି  ୭୦୦ଗ୍ରାମ ହୋଇଥିବା ବେଳେ ଲମ୍ବା ୭୯ ସି ଏମ ଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ