ଭାରତ-ଇଂଲଣ୍ଡ ପିଙ୍କ ବଲ ଟେଷ୍ଟ: ୧୧ ଜଣିଆ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ୍: ଦିବାରାତ୍ର ଟେଷ୍ଟ ମ୍ୟାଚ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ ।  ଫେବୃଆରି ୨୪ ତାରିଖରେ ଅହମ୍ମଦାବାଦରେ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡ ତାର ୧୧ ଜଣିଆ ଦଳ ଘୋଷଣା କରିଛି ।

ଦଳରେ ବ୍ୟାଟ୍ସମ୍ୟାନ ଜନି ବେୟାରଷ୍ଟୋ ଓ ବୋଲର ମାର୍କ ଉଡଙ୍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ମୋଇନ ଅଲ୍ଲୀଙ୍କୁ ଏହି ଟେଷ୍ଟରୁ ବାଦ ଦାଆଯାଇଛି ।

ସୂଚନାଯୋଗ୍ୟ, ଏହି ୪ଟିକିଆ ଟେଷ୍ଟ ସିରିଜରେ ଭାରତ ଗୋଟିଏ ଓ ଇଂଲଣ୍ଡ ଗୋଟିଏ ମ୍ୟାଚ ଜିତି ୧-୧ରେ ସିରିଜ ବରାବର ରଖିଛନ୍ତି । ଆଜି ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ୩୧୭ ରନରେ ପରାଜିତ କରି ଭାରତ କଡା ଜବାବ୍ ଦେଇଛି । ତେବେ ଆଗାମୀ ଦୁଇଟି ଟେଷ୍ଟରେ କିଏ ଜିତୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।

 

Leave A Reply

Your email address will not be published.

ବ୍ରେକିଂ