ଭାରତ ବିପକ୍ଷ ଦୁଇ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ: ଅଗଷ୍ଟ ୪ରୁ ଆରମ୍ଭ ହେବ ଭାରତ ଓ ଇଂଲଣ୍ଡ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ । ସିରିଜର ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଇଂଲଣ୍ଡ ୧୭ ଜଣ ଖେଳାଳୀ ନା ଘୋଷଣା କରିଛି। ଜୋ ରୁଟ୍ ଟିମର କ୍ୟାପଟେନ୍ ପଦ ବଜାୟ ରଖିଛନ୍ତି। ଟିମକୁ ଅଭିଜ୍ଞ ଖେଳାଳି ବେନ୍ ଷ୍ଟୋକ୍ସ, ଜୋସ୍ ବଟଲର, ଜନ୍ନି ବେୟାରଷ୍ଟୋ ଓ ସାମ୍ କୁରାନ୍ କମବ୍ୟାକ୍ କରିଛନ୍ତି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅଗଷ୍ଟରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ଅଗଷ୍ଟ ୪ ତାରିଖରୁ ନଟ୍ଟିଂହାମ୍‌, ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୧୨ରୁ ଲର୍ଡ୍ସ, ତୃତୀୟ ଟେଷ୍ଟ ଅଗଷ୍ଟ ୨୫ରୁ ଲିଡ୍ସ, ଚତୁର୍ଥ ଟେଷ୍ଟ ସେପ୍ଟେମ୍ବର ୨ରୁ ଲଣ୍ଡନର ଦି ଓଭାଲ୍ ଏବଂ ପଞ୍ଚମ ଓ ଶେଷ ଟେଷ୍ଟ ସେପ୍ଟେମ୍ବର ୧୦ ତାରିଖରୁ ମାଞ୍ଚେଷ୍ଟରରେ ହେବ।

ଇଂଲଣ୍ଡ ସ୍କ୍ୱାଡ୍: ଜୋ ରୁଟ୍ (କ୍ୟାପଟେନ୍), ଜେମ୍ସ ଆଣ୍ଡରସନ୍, ଜନ୍ନି ବେୟାରଷ୍ଟୋ, ଡମ୍ ବେସ୍, ଷ୍ଟୁଆର୍ଟ ବ୍ରଡ୍, ରୋରୀ ବର୍ନସ୍, ଜୋସ୍ ବଟଲର୍, ଜ୍ୟାକ୍ କ୍ରଲୀ, ସାମ୍ କୁରାନ୍, ହସୀବ ହମୀଦ୍, ଡାନ୍ ଲରେନ୍ସ, ଜ୍ୟାକ୍ ଲିଚ୍, ଓଲି ପୋପ୍, ଓଲି ରବିନସନ୍, ଡମ୍ ସିବଲେ, ବେନ୍ ଷ୍ଟୋକ୍ସ, ମାର୍କ ଉଡ୍।

Leave A Reply

Your email address will not be published.

ବ୍ରେକିଂ