୫ କୋଟି ଟଙ୍କା ହଡପ ମାମଲା; ୨ ଗିରଫ

ଭୁବନେଶ୍ୱର: ପାଞ୍ଚ କୋଟି ଟଙ୍କା ସରକାରୀ ଅର୍ଥ ହଡପ କରି ଦୁଇ ଗିରଫ । ଭବାନୀପାଟଣାର ରାଜକିଶୋର ନାୟକ ଓ ପିପିଲିର ଅନନ୍ତ ପ୍ରଧାନଙ୍କୁ ଗିରଫ କରାଯାଇଛି । ଦୁଇ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ।

ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ NHMର ଟଙ୍କା ହଡପ କରି ଧରାପଡିଲେ । NHMର ପିଇଏମଏସକୁ ହ୍ୟାକିଂ କରି ଟଙ୍କା ହଡପ କରିଥିଲେ । ଏବଂ ADMO ଓ CDMOଙ୍କ ସିଲ୍ ଡୁପ୍ଲିକେଟ କରି ଇ-ଚେକ୍ ନେଇଥିଲେ । ତଦନ୍ତ ବେଳେ ତିନି କୋଟି ତିରିଷ ଲକ୍ଷ ଟଙ୍କା ଫ୍ରିଜ କରାଯାଇ ପାରିଛି ହୋଲି ଜଣାପଡିଛି । ତେବେ ରାଜକିଶୋର ନାୟକ ପୂର୍ବରୁ ସୁବର୍ଣ୍ଣପୁର ଓ NHMରେ ଅସ୍ଥାୟୀ ଭାବେ କାମ କରୁଥିଲେ ।

Leave A Reply

Your email address will not be published.

ବ୍ରେକିଂ