ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକ ଗିରଫ

 ବାଲେଶ୍ୱର: ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକଙ୍କୁ ଗିରଫ କରିଛି ଇଓଡବ୍ଲୁ  । ଦୀର୍ଘ ୮ ବର୍ଷ ପରେ ବିକ୍ରମଜିତଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି ।

ବିକ୍ରମଜିତ୍ ୨୦୧୩ରୁ ଫେରାର ଥିଲେ । ଗିରଫ ପରେ ତାଙ୍କୁ ବାଲେଶ୍ୱର OPID କୋର୍ଟରେ ହାଜର କରାଯାଇଛି । ତେବେ ଅଧିକ ପଚରାଉଚରା ଲାଗି ତାଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି । ରୋଜଭ୍ୟାଲିରେ ନିବେଶ କରିଥିବା ଲୋକଙ୍କୁ ଟଙ୍କା ଠକିଥିବା ଅଭିଯୋଗରେ ବାଲେଶ୍ୱର ସୋର ଥାନାରେ ୨୦୧୩ରେ ହୋଇଥିବା ୧୫/୨୦୧୩ ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ