ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ । ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ୧୯୬୮ ବ୍ୟାଚର ଆଇପିଏସ ଉମାଶଙ୍କର ମିଶ୍ର ଓଡ଼ିଶାର ଏକମାତ୍ର ଆଇପିଏସ ଭାବେ ସିବିଆଇ ନିର୍ଦେଶକ ହୋଇଥିଲେ । ଏହା ସହିତ ସେ ମେଘାଳୟ ପ୍ଲାନିଂ କମିଶନର ସଦସ୍ୟ ଓ ମାଇକ୍ରୋସଫ୍ଟ ଇଣ୍ଡିଆର ପରାମର୍ଶଦାତ୍ତା ମଧ୍ୟ ରହିଥିଲେ।

୨୦୦୩ରେ ଉମାଶଙ୍କର ମିଶ୍ର ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ। ସିବିଆଇ ନିର୍ଦେଶକ ଥିବାବେଳେ ଉମାଶଙ୍କର ମିଶ୍ର ଅଣ୍ଡରୱାର୍ଲଡ୍ ଡନ୍ ଆବୁ ସାଲେମକୁ ଧରା ଯାଇପାରିଥିଲା। ଆବୁ ସାଲେମକୁ ସେ ସମୟରେ ପର୍ତ୍ତୁଗାଲରୁ ଭାରତକୁ ଆଣିବାରେ ଉମାଶଙ୍କର ମିଶ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଉମାଶଙ୍କର ଅବସର ନେବା ପରେ ଏକ ଓଡ଼ିଆ ଖବର କାଗଜର ସମ୍ପାଦକ ଭାବେ କିଛିଦିନ କାର୍ଯ୍ୟ କରିଥିଲେ।

 

Leave A Reply

Your email address will not be published.

ବ୍ରେକିଂ