ବଲାଙ୍ଗୀର ଜିଲ୍ଲାରୁ ଆଉ ୩୦ଲକ୍ଷ କ୍ୱିଣ୍ଟାଲ ଧାନକିଣା ଟାର୍ଗେଟ ପାଇଁ ପୂର୍ବତନ ସାଂସଦ କଳିକେଶଙ୍କ ଦାବି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଚଳିତବର୍ଷ ୩୦ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯାଇଛି । କିନ୍ତୁ ଚାଷିଙ୍କ ପାଖରେ ବହୁପରିମାଣରେ ଧାନ ରହିଛି । ତେଣୁ ଜିଲ୍ଲାରୁ ଆଉ ୩୦ ଲକ୍ଷ କ୍ୱିଣ୍ଟାଲ ଧାନକିଣା ଟାର୍ଗେଟ ଦେବାକୁ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ ଖାଦ୍ୟ ଓ ଯୋଗାଣମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହିତ ଦାବି କରିଛନ୍ତି ।

ଆଜି ଭୁବନେଶ୍ବରରେ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଚାଷିଙ୍କ ସୁବିଧା ପାଇଁ ମନ୍ତ୍ରୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି । କଳିକେଶ ତାଙ୍କ ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ୨୦୧୯-୨୦ ଖରିଫରେ ବଲାଙ୍ଗୀର ଜିଲ୍ଲାରେ ୪୮ ହଜାର ଚାଷି ପଞିକରଣ କରିଥିଲେ ଓ ୩୩ହଜାର କ୍ୱିଣ୍ଟାଲ ଧାନକିଣା ଯାଇଥିଲା ।

କିନ୍ତୁ ଚଳିତ ବର୍ଷ ୬୬୮୬୩ଜଣ ଚାଷି ଧାନ ବିକ୍ରିକରିବାକୁ ପଞ୍ଜିକରଣ କରିଛନ୍ତି । ଏପଟେ ଚାଷିଙ୍କ ପାଖରେ ଟୋକନ ଥିବା ବେଳେ ଜିଲ୍ଲାର ଟାର୍ଗେଟ ସରିଯାଇଛି । ତେଣୁ ଚାଷିଙ୍କ ସ୍ୱାର୍ଥଦୃଷ୍ଟିରୁ ବଲାଙ୍ଗୀର ଜିଲ୍ଲାରୁ ଆଉ ଅନ୍ୟୁନ ୩୦ଲକ୍ଷ କ୍ୱିଣ୍ଟାଲ ଧାନକିଣା ଟାର୍ଗେଟ ଦିଆଯିବାକୁ ଦାବି କରିଛନ୍ତି । ତେବେ,ଏହି ଦାବିକୁ ବିଚାର କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବା  କଳିକେଶ କହିଛନ୍ତି ।

 

Leave A Reply

Your email address will not be published.

ବ୍ରେକିଂ