ବଢ଼ୁଛି ହୀରାକୁଦର ଜଳସ୍ତର, ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର : ରାଜ୍ୟରେ ଲଘୁଚାପଜନିତ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଦେବାରେ ଲାଗିଛି । ବର୍ତ୍ତମାନ ହୀରାକୁଦରେ ୨୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମପଟ ସ୍ପିଲୱେର ୧୬ଟି ଓ ଡାହାଣପଟ ସ୍ପିଲୱେର ୮ ଗେଟ୍ ଖୋଲା ଯାଇଛି। ସକାଳ ୬ ସୁଦ୍ଧା ଜଳସ୍ତର ୬୨୮.୩୯ ଫୁଟ ରହିଛି । ତେବେ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୨୪ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିନ ହେଉଛି  । 

ଜଳଭଣ୍ଡାର ଭିତରକୁ ୪ ଲକ୍ଷ ୩୫ ହଜାର ୭୮୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ ଜଳ ନିଷ୍କାସନ ହେଉଛି । ସେହିପରି ଉପରମୁଣ୍ଡରେ ବର୍ଷା କାରଣରୁ ଅଧିର ଗେଟ ଖୋଲା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.

ବ୍ରେକିଂ