ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ ଶ୍ରୀମନ୍ଦିର ସ୍ଥିତି ଯାଞ୍ଚ କଲେ

ପୁରୀ: ଶ୍ରୀମନ୍ଦିର ଯାଞ୍ଚ କରିବା ପାଇଁ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ ପୁରୀରେ ପହଞ୍ଚି  ଗର୍ଭ ଗୃହ, ନାଟ ମଣ୍ଡପ ସ୍ଥିତି ଦେଖିବା ସହ ଶ୍ରୀମନ୍ଦିର ଭିତରର ସମସ୍ତ ସ୍ଥିତି ଯାଞ୍ଚ କରିଛନ୍ତି । ବେହରଣ ଦ୍ୱାର ଖୋଲା ଯାଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଅନ୍ୟ ଦ୍ୱାର ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରାଯିବ । ସେହିପରି  ଶ୍ରୀମନ୍ଦିରରେ ଆର୍ଥିଙ୍ଗ ବ୍ୟବସ୍ଥାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିବେ ବୈଷୟିକ ଟିମ୍ ।

ଅପରପକ୍ଷରେ ଆଡ଼ପ ବିଜେପି ପରେ ଜନ୍ମବେଦିରେ ପୂଜା ପାଉଛନ୍ତି ଶ୍ରୀଜିଉ ।  ବାହାରିଲା ଆଡ଼ପ ଅବଢ଼ା  । ଶ୍ରୀଗୁଣ୍ଡିଚା ମନ୍ଦିର ପାଖ ନୃସିଂହ ମନ୍ଦିର ଓ ବସ୍‌ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି  । କାଲି ସମସ୍ତ ରିତିନିତି ଅନୁସାରେ ପ୍ରଥମେ ଆଡ଼ପ ମଣ୍ଡପକୁ ଆସିଥିଲେ ଚକ୍ରରାଜ ଶ୍ରୀସୁଦର୍ଶନ ପରେ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ବିଜେ କରିଥିଲେ । ଏହା ପରେ ଗୋଟି ପହଣ୍ଡିରେ ବିଜେ କରିଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ।

Leave A Reply

Your email address will not be published.

ବ୍ରେକିଂ