ବିଏସଏଫ୍ ଜବାନଙ୍କ ବଡ ସଫଳତା: ମାଲକାନଗିରି ଜଙ୍ଗଲରୁ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ଜବତ୍

ମାଲକାନଗିରି: ବିଏସଏଫ୍ ଜବାନଙ୍କୁ ମିଳିଛି ବଡ଼ ସଫଳତା।  ଅପରେସନ ବେଳେ ମାଓବାଦୀଙ୍କ ବିପୁଳ ପରିମାଣର ବିସ୍ଫୋରକ ଜବତ ।  କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ରାବା ଏବଂ ତାଇମାଲ ଅଂଚଳରେ ବିଏସଏଫ ଏବଂ ଜିଲ୍ଲା ପୁଲିସ କୁମ୍ବିଂ କରୁଥିବା ସମୟରେ ବିସ୍ଫୋରକ ସମେତ ମାଓ ସାମଗ୍ରୀ ଜବତ କରାଯାଇଛି ।

ମାଓବାଦୀ ଜଙ୍ଗଲ ମଧ୍ୟରେ ଏକ ବିରାଟ ଗର୍ତ କରି ଏକ ଡ୍ରମରେ ବିସ୍ଫୋରକ ସାମଗ୍ରୀକୁ ଲୁଚାଇ ରଖିଥିଲେ। ପୋଲିସକୁ ଏକ ବଡ଼ ଧରଣର କ୍ଷତି ପହଞ୍ଚାଇବା ପାଇଁ ଯୋଜନା କରିଥିଲେ। ଘଟଣା ସ୍ଥଳରୁ ଯିଲଟିନ, ଡିଟୋନେଟର, କାଡେ଼କ୍ସ ୱାଇର, ମାଓ ୟୁନିଫର୍ମ, ମାଓ ପୁସ୍ତିକା ଏଭଳି ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବାନମାନେ ଜବତ କରିଛନ୍ତି ।  ତେବେ, ଆନ୍ଧ୍ର ଓଡିଶା ବୋର୍ଡର ମାଓ ସଙ୍ଗଠନ ଏହାକୁ ଲୁଚାଇଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ