ନବରଙ୍ଗପୁରରୁ ନକଲି ସୁନା ଇଟା ଜବତ, ୬ ଗିରଫ

ନବରଙ୍ଗପୁର: ନବରଙ୍ଗପୁରରୁ ୪କିଲୋ ୫୦୦ଗ୍ରାମର ନକଲି ସୁନା ଇଟା ଜବତ । ତେବେ ଏଥିରେ ସଂପୃକ୍ତ ଥିବା ୬ ଜଣକୁ ଗିରଫ କରିଛି ପୋଲିସ । ଏଥିସହ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ କାର,୫ଟି ମୋବାଇଲ ଫୋନ,୫ ଟି ଏଟିଏମ କାର୍ଡ ,ଡ୍ରାଇଭିଂ ଲାଇସେନ୍ସ ଏବଂ ନଗଦ ୯୫୦ ଟଙ୍କା ପୋଲିସ ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ ସବ୍ୟସାଚୀ ମହାନ୍ତି, ବସନ୍ତ କୁମାର ହାତୀ, ଦିପକ ରାୟ, ପ୍ରଶାନ୍ତ କୁମାର ସାହୁ, ପ୍ରଦୀପ କୁମାର ଘଡେଇ ଓ ଦୀନେଶ ସାହୁ ବୋଲି ଜଣାପଡିଛି ।

ସୂଚନା ମୁତାବକ ଶୁକ୍ରବାର ଦିନ ମଇଦଲପୁର ଫାଣ୍ଡି ନିକଟରେ ପୁଲିସ ଯାନ ବାହାନ ଯାଞ୍ଚ ଚାଲିଥିବା ସମୟରେ ପୋଲିସ ଏକ କାରକୁ  ଯାଞ୍ଚ କରିଥିଲା । ଫଳରେ ସେହି ଗାଡି ଭିତରୁ ଏକ ନକଲି ସୁନା ଇଟା ଜବତ କରିଥିଲା । ଫଳରେ ୬ ଜଣକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ତେବେ ସେମାନଙ୍କ ନାମରେ କେସ ନଂ.୧୪୬/୨୧ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ