ବୁର୍ଲାରୁ ଗିରଫ ହେଲେ 2 ନକଲି ସାମ୍ବାଦିକ

ସମ୍ବଲପୁର: ପୁଣି ଗିରଫ ହେଲେ ନକଲି ସାମ୍ବାଦକ । ଦିନ କେଇଟା ମଧ୍ୟରେ ଭୁବନେଶ୍ୱରର ଏକ ଘିଅ କମ୍ପାନୀ ଠାରୁ ଦାଦାବଟି ମାଗିବା ଅଭିଯୋଗରେ 6 ଜଣ  ନକଲି ସାମ୍ବାଦିକଙ୍କୁ ପୋଲିସ୍ ଗିରଫ କରିଥିବାବେଳେ ପୁଣି ସମ୍ବଲପୁରରେ 2 ନକଲି ସାମ୍ବାଦିକଙ୍କୁ ବୁର୍ଲା ପୋଲିସ୍ ଗରଫ କରିଛି ।

ଥାନାରେ ଥିବା ମାମଲା ରଫାଦଫା ପାଇଁ ଜଣେ ବ୍ୟାକ୍ତିଙ୍କଠାରୁ 50 ହଜାର ଟଙ୍କା ଦାବି କରୁଥିବା ଅଭିଯୋଗରେ ବୁର୍ଲା ପୋଲିସ୍ ଦୁଇଜଣ ତଥାକଥିତ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି।  ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ବୁର୍ଲା ଠିକାଦାରପଡାର ଆନନ୍ଦ ଷଣ୍ଢ ଓ ଖ୍ରୀଷ୍ଟିଆନପଡାର ଫିଲିପ କୁମାର । ସେମାନଙ୍କ ବିରୋଧରେ ଆଇପିସି 389/506/34 ଦଫାରେ ମାମଲା ରୁଜୁ କରାଯାଇଛି ।

ଏସିଡିପିଓ ଶିଶୁ ରଂଜନ ମହାପାତ୍ରଙ୍କ ସୁଚନା ଅନୁସାରେ, ବୀରେନ୍ଦ୍ର ବଶର୍ତ୍ତି ନାମକ ବ୍ୟକ୍ତିଙ୍କୁ ଏକ ମାମଲାରେ ପୋଲିସ୍ ନୋଟିସ୍ ପ୍ରଦାନ କରିଥିଲା । ଗତକାଲି ବୀରେନ୍ଦ୍ର ତାଙ୍କ ମାଆଙ୍କ ସହ ବୁର୍ଲା ପୋଲିସ୍ ଥାନାରେ ହାଜର ହୋଇ ଫେରୁଥିବା ବେଳେ ଅଭିଯୁକ୍ତ ଆନନ୍ଦ ଓ ଫିଲିପ ନିଜକୁ ୱେବ ଚାନେଲର ସମ୍ବାଦିକ କହିଥିଲେ । ଉପରସ୍ଥ ପୋଲିସ ଅଫିସର୍ ଓ ବିଚାର ବିଭାଗୀୟ ଅଧିକାରୀଙ୍କ ସହ ଆମର ସମ୍ପର୍କ ରହିଛି । ଆମକୁ 50 ହଜାର ଟଙ୍କା ଦେଲେ , ତୁମକୁ କେସରୁ ଖସାଇ ଦେବୁ ବୋଲି କହିଥିଲେ । ମାତ୍ର ବୀରେନ୍ଦ୍ର ଅକ୍ଷମତା ପ୍ରକାଶ କରିବାରୁ ଟଙ୍କା ନଦେଲେ ଆହୁରି ଗମ୍ଭୀର ଭାବରେ କେସରେ ଫସାଇଦେବା ଧମକ ଦେଇଥିଲେ ।

ଏନେଇ ବୀରେନ୍ଦ୍ର ପୋଲିସରେ ଅଭିଯୋଗ କରିବା ପରେ ପୋଲିସ୍ ତଦନ୍ତ କରି ନକଲି ସାମ୍ବାଦିକ ଆନନ୍ଦ ଓ ଫିଲିପଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ( ଟୁଡେ ଫାଷ୍ଟ ନ୍ୟୁଜ୍ ଓ ଯୁବଶକ୍ତି ନ୍ୟୁଜ୍ ) ନାମକ ଫେକ୍ ୱେବ ଚ୍ୟାନେଲରେ କାମକରୁଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ