ଖୁଣ୍ଟାରେ ନକଲି ମଦ କାରଖାନା ଠାବ

ଖୁଣ୍ଟା : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ମୁଖ୍ୟ ବଜାର ଠାରୁ କିଛି ମିଟର ଦୂରରେ ଚୋରା ବିଦେଶୀ ମଦ କାରଖାନା ଠାବ କରିଛି ପୋଲିସ। ଘଟଣାସ୍ଥଳରୁ ବିପୁଳ ପରିମାଣରେ ମଦ ଜବତ ହୋଇଥିବା ବେଳେ ବିଭିନ୍ନ ନାମିଦାମୀ କମ୍ପାନୀର ବିଦେଶୀ ମଦବୋତଲ, ମଦ ପ୍ରସ୍ତୁତିରେ ବ୍ୟବହୃତ ଖାଲି ବୋତଲ , ମିନରାଲ ୱାଟର ପେଟି , ନକଲି ଲୋଗ ବା ଷ୍ଟିକର , ଠିପି ଏବଂ ମଦ ପ୍ରସ୍ତୁତିରେ ବ୍ୟବହାରରେ ହେଉଥିବା ରଙ୍ଗ ଇତ୍ୟାଦି ଜବତ କରିଛି ପୋଲିସ ।

ଖୁଣ୍ଟା ଥାନା ଆଇଆଇସି ସ୍ଵର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ଵରେ ଏସଆଇ ସମ୍ୟରଞ୍ଜନ ଭୋଳଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ କିରିକିଚିଆ ଗ୍ରାମର ରମେଶ ମିଶ୍ର ନାମକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ ।  ସଂପୃକ୍ତ ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖରେ ଥିବା ଅନ୍ୟ ଏକ କୋଠରୀ ମଧ୍ୟରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ ।

ପୋଲିସ  ସାରେଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ