ରେଲୱେରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଓ ଅପହରଣ ମାମଲାରେ ୭ ଗିରଫ

ଭୁବନେଶ୍ୱର: ଅପହରଣ ଘଟଣାର ତଦନ୍ତ କରୁ କରୁ ବଡ଼ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଟଙ୍କା ଠକିବା ଓ ଅପହରଣ ଭଳି ଦୁଇଟି ଭିନ୍ନ ମାମଲାରେ ୭ ଜଣକୁ ଗିରଫ କରିଛି ପୋଲିସ ।

ରେଳବାଇରେ ଚାକିରି ଦେବା ନାଁରେ ଟଙ୍କା ଠକି ନେଇଥିବା ଅଭିଯୋଗ କରି ଶଳା-ଭିଣୋଇଙ୍କୁ ଅପହରଣ କରି ନେଇଥିଲେ କିଛି ଯୁବକ । ଅପହୃତଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା କମିସନରେଟ୍ ପୁଲିସ । ଶେଷରେ ତଦନ୍ତ ବେଳେ ବଡ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ସଫଲ ହୋଇଛି ପୋଲିସ ।

ସୂଚନାଯୋଗ୍ୟଲ ରେଳ ବିଭାଗରେ ଚାକିରୀ କରେଇ ଦେବେ କହି ରାଜଧାନୀର ୫ ଜଣ ଯୁବକଙ୍କୁ ଚାକିରୀ ଦେବେ କହି ପର୍ଯ୍ୟାୟ କ୍ରମେ ନେଇଥିଲେ ୨୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ,ମେଡିକାଲ ଟେଷ୍ଟ ମଧ୍ୟ କରେଇଲେ,ଆପଏଣ୍ଟମେଣ୍ଟ ଲେଟର ବି ଦେଲେ,ହେଲେ ସେସବୁ ଥିଲା ସମ୍ପୂର୍ଣ୍ଣ ନକଲି ।  ସନ୍ଦେହ ହେବାରୁ ଉକ୍ତ ୫ ଜଣ ଯୁବକ ଟଙ୍କା ଫେରେଇବା ପାଇଁ କହିଥିଲେ କିନ୍ତୁ ଶଳା ଭିଣେଇ ଟଙ୍କା ଫେରେଇ ନଥିଲେ । ଫଳରେ ଶଳା ଓ ଭିଣୋଇକୁ ଅପହଣର କଲେ ୫ ଯୁବକ । ତେବେ ସମରଜିତଙ୍କ ପତ୍ନୀ ସ୍ୱାମୀଙ୍କ ଅପହରଣ ନେଇ ଥାନାରେ ଅଭିଯୋଗ ଆଣିବା ପରେ ପୁରା ରାକେଟର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ ।

ଦୁଇ ୪୨୦ ଶଳା ଭିଣୋଇ ଗିରଫ ପରେ ଏହା ପଛରେ ଏକ ବଡ଼ ରାକେଟ କାମ କରୁଥିବା ନେଇ ସନ୍ଦେହ କରୁଛି ପୋଲିସ । ଏମାନଙ୍କ ସହ ରେଳବାଇ ବିଭାଗର କିଛି କର୍ମଚାରୀ ସମ୍ପୃକ୍ତି ଥିବା ନେଇ ତଦନ୍ତ କରିବ ପୋଲିସ,ଏହି ଶଳା ଭିଣେଇଙ୍କୁ ରିମାଣ୍ଡରେ ଆଣି ଅଧିକା ପଚରାଉଚରା କଲେ ଏହି ରାକେଟ ର ପର୍ଦ୍ଦାଫାଶ ହୋଇପାରିବ ।

Leave A Reply

Your email address will not be published.

ବ୍ରେକିଂ