ମୃତଦେହ ନେବାକୁ ମନାକଲେ, ସ୍ୱେଚ୍ଛାସେବୀ କାନ୍ଧ ଦେଲା

ଝାରସୁଗୁଡ଼ା: କରୋନାରେ ମୃତ୍ୟୁ ହେବାପରେ ଅଲୋଡା ହେଉଯାଉଛନ୍ତି ଆପଣାର ଲୋକ। ଏମିତିକି ମୃତଦେହକୁ ଚାରି କାନ୍ଧ ଦେବା ତ ଦୂର କଥା ପାଖ ମଧ୍ୟ ମାଡ଼ୁ ନାହାନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋଲାବିରା ବ୍ଲକ ରଘୁନାଥ ପାଲି ଗ୍ରାମରେ।

ସୂଚନାଯୋଗ୍ୟ ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ରଘୁନାଥ ପାଲି ଗ୍ରାମର ଶିବ ଶଙ୍କର ମେହେରଙ୍କର ଘରେ ଥିବା ସମୟରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ଖବର ଜାଣି ମଧ୍ୟ କରୋନା ଭୟରେ ସାହି ପଡିଶା କିମ୍ବା ସମ୍ପର୍କୀୟ ଶବଦାହ କରିବେ କଣ ପାଖ ମଧ୍ୟ ମାଡିଲେଣି । ତେବେ ସମ୍ପର୍କୀୟ ପଛଘୁଞ୍ଚା ଦେବା ଯୋଗୁଁ  ଦୀର୍ଘ ୧୫ ଘଣ୍ଟା ଧରି ଘରେ ପଡି ରହିଲା ମୃତଦେହ ।

ଶେଷରେ ଖବର ପାଇ ଶବଦାହ କରିବା ପାଇଁ ପଶ୍ଚିମ ଓଡିଶା ଯୁବା ମଞ୍ଚର ସଦସ୍ୟ ମାନେ ଆଗେଇ ଆସିଲେ । ଏବଂ ପିପିଇ କିଟ ପିନ୍ଧି   ତାଙ୍କ ଶବ ସତ୍କାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ପଶ୍ଚିମ ଓଡିଶା ଯୁବା ମଞ୍ଚର ଆବାହକ ରଞ୍ଜନ ସାହୁ କହିଛନ୍ତି  ରୋଗକୁ ଘୃଣା କର ରୋଗୀ କୁ ନୁହେଁ ।

Leave A Reply

Your email address will not be published.

ବ୍ରେକିଂ