ଧାନ କିଣା ନଯିବାରୁ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ: ଧାନ କିଣା ନଯିବାରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ଚାଷୀ । ଟୋକନ ଥିବା ସତ୍ୱେ ଏସଏଚଜି ଧାନ ନକିଣିବାରୁ ଚାଷୀ ଜଣକ ଏମିତି ପଦକ୍ଷେପ ନେଇଥିବା ଜଣାପଡିଛି । ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର ଏସଏଚଜି ଗ୍ରୁପ ବିରୋଧରେ ଧାନକିଣାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ପଞ୍ଚାୟତ ଅଫିସ୍ ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ରାମକୃଷ୍ଣ ପଣ୍ଡା ନାମକ ଜଣେ ଚାଷୀ ।

ସୂଚନା ଅନୁଯାୟୀ,  ଭଦ୍ରକ ବ୍ଲକ ବନ୍ଧଗାଁ ପଞ୍ଚାୟତରେ ବାବା ରାମେଶ୍ୱର ଏସଏଚଜି ଗ୍ରୁପକୁ ଧାନ କିଣା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଟୋକନ ତାରିଖ ବିତିଯାଇଥିଲେ ମଧ୍ୟ ଧାନ ନନେବାରୁ , ବାରମ୍ବାର ଚାଷୀ ଜଣକ କ୍ରୟ କେନ୍ଦ୍ରକୁ ଯାଇ ଫେରୁଥିଲେ । ଟୋକନ ତାରିଖ ଯିବା ପରେ ମଧ୍ୟ ଦାୟିତ୍ୱରେ ଥିବା ଏସଏଚଜି ଗ୍ରୁପ ଧାନ ନେଇନଥିଲେ। ଆଜି ପୁଣି ରାମକୃଷ୍ଣ ପଣ୍ଡା ଧାନ ସଂଗ୍ରହ କେନ୍ଦ୍ରକୁ ଯାଇଥିଲେ । ହେଲେ ସେଠାରେ ତାଙ୍କ ଧାନ ନନେବାରୁ ବିଷ ପିଇ ଥିଲେ ଚାଷୀ ।  ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.

ବ୍ରେକିଂ