ଲାଲ୍‌ କିଲ୍ଲା ହିଂସା ଘଟଣା: ୨ ଅଭିଯୁକ୍ତ ଜମ୍ମୁରୁ ଗିରଫ

ନୂଆଦିଲ୍ଲୀ: ଜାନୁୟାରୀ ୨୬ ଲାଲକିଲ୍ଲା ହିଂସାକାଣ୍ଡ ଘଟଣାରେ ୨ ଅଭିଯୁକ୍ତ ଚାଷୀ ନେତାଙ୍କୁ ଗିରଫ କରିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସ । ସେମାନେ ହେଉଛନ୍ତି ମନିନ୍ଦର ସିଂ ଏବଂ ମନଦୀପ୍‌ ସିଂ। କୌଣସି ସୂତ୍ରରୁ ଖବର ପାଇଁ ଉଭୟଙ୍କୁ ଜମ୍ମୁରୁ ଗିରଫ କରିଛି ପୋଲିସ।

ମନିନ୍ଦର ଜମ୍ମୁ-କଶ୍ମୀର ୟୁନାଇଟେଡ୍‌ କିଷାନ ଫ୍ରଣ୍ଟର ଅଧ୍ୟକ୍ଷ। ସେ ଜମ୍ମୁ ସହରର ଛାଥା ଅଞ୍ଚଳର ବାସିନ୍ଦା। ସେହିପରି ମନଦୀପ୍‌ ଜମ୍ମୁର ଗୋଏଲ ଗୁଜରାଲର ବାସିନ୍ଦା ବୋଲି ମଙ୍ଗଳବାର ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.

ବ୍ରେକିଂ