ଗୋଟିଏ ଗଛରେ ଫଳାଉଛନ୍ତି ୨୦ କେଜି ଟମାଟୋ, ଚାଷୀ ସୁବାସ ପଣ୍ଡାଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ

ନରସିଂହପୁର: ଉଦ୍ୟାନ କୃଷି ପାଇଁ ସରକାର ବିଭିନ୍ନ ଯୋଜନାରେ ବିଭିନ୍ନ ପ୍ରକାର ସରକାରୀ ସୁବିଧା ଓ ପ୍ରୋତ୍ସାହନ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ମାତ୍ର ପ୍ରକୃତ ସଫଳ ଚାଷୀଙ୍କୁ ଚିହ୍ନଟ କରିବା ଏବଂ ପ୍ରୋତ୍ସାହନ ସହିତ ସରକାରୀ ସୁବିଧା ମିଳୁ ନଥିବାରୁ ଚାଷୀ ନିରାଶ ହେଉଛନ୍ତି । ଏଭଳି ଜଣେ ସଫଳ ଚାଷୀ ହେଉଛନ୍ତି ନରସିଂହପୁର ବ୍ଲକ ଅନ୍ତର୍ଗତ ଲେମ୍ବୋ ଗ୍ରାମର ୬୦ ବର୍ଷୀୟ ସୁବାସ ଚନ୍ଦ୍ର ପଣ୍ଡା ।

ମାତ୍ର ଦଶ ବର୍ଷ ବୟସରୁ ସେ ଚାଷ କାର୍ଯ୍ୟ ସହିତ ଜଡ଼ିତ ଅଛନ୍ତି।  ନିଜ ଜମିରେ ଟମାଟୋ, (ସୁଇଟକର୍ଣ୍ଣ)ମକା,ହାଇବ୍ରିଡ଼ ଓଲୁଅ, କଦଳୀ, ଅମୃତଭଣ୍ଡା, ଆଖୁ ଆଦି ବିଭିନ୍ନ ଚାଷ କରନ୍ତି ।ବର୍ତ୍ତମାନ ୨୦ ଗୁଣ୍ଠ ଜମିରେ ହାଇବ୍ରିଡ଼ (ଏ, ଫନ୍)ଟମାଟୋ ଚାଷ କରିଛନ୍ତି । ଗୋଟିଏ ଟମାଟୋ ଗଛର ଉଚ୍ଚତା ୮ ରୁ ୧୨ ଫୁଟ ପର୍ଯ୍ୟନ୍ତ ହେଉଥିବା ବେଳେ ଗୋଟିଏ ଗଛରେ ୧୮ ରୁ ୨୦ କେଜି ଟମାଟୋ ଫଳୁଛି।ଏହି ହାଇବ୍ରିଡ଼ ଟମାଟୋ ମଞ୍ଜି କଟକରୁ ଆଣିଥିଲେ ଗୋଟିଏ ମଞ୍ଜିର ଦାମ ଦଶ ଟଙ୍କା ସାତ ଗୁଣ୍ଠ ଜମିରେ ତିନି ଶହ ରୁ ଅଧିକ ଟମାଟୋ ଗଛ ଲଗାଇଛନ୍ତି। ବର୍ତ୍ତମାନ ଏହି ଟମାଟୋ ପେନ୍ଥା ପେନ୍ଥା ହୋଇ ଫଳୁଛି

ଗୋଟିଏ ପେନ୍ଥାରେ ୧୨ ରୁ କୋଡ଼ିଏ ଟି ଟମାଟୋ ଫଳୁଥିବା ବେଳେ ଗୋଟିଏ ଗଛରେ ୧୮ ରୁ ୨୦ କେଜି ଟମାଟୋ ଫଳୁଥିବା ସୁବାଷ କହିଛନ୍ତି। ତିନି ଦିନରେ ପାଞ୍ଚ ରୁ ଛଅ କୁଇଣ୍ଟାଲ ଟମାଟୋ ଫଳୁଥିବା କହିଛନ୍ତି। ମାତ୍ର ଏହି ଚାଷ ପାଇଁ କୌଣସି ସରକାରୀ ସହାୟତା ମିଳୁ ନଥିବା ସହିତ କୌଣସି ପ୍ରୋତ୍ସାହନ ମଧ୍ୟ ମିଳୁନି ଯାହା ଫଳରେ ଶୀତଳ ଭଣ୍ଡାର ପାଇଁ କୌଣସି ସୁବିଧା ନଥିବାରୁ ଟମାଟୋର ଅଭାବୀ ବିକ୍ରି ହେଉଛି । ଯଦି ସରକାର ଙ୍କ ଉଦ୍ୟାନ ବିଭାଗ ପକ୍ଷରୁ ସୁବାସ ଙ୍କ ସହିତ ବିଭିନ୍ନ ସଫଳ ଚାଷୀ ମାନଙ୍କୁ ସରକାରୀ ପ୍ରୋତ୍ସାହନ ସହିତ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତାହେଲେ

ଚାଷର ଅଧିକ ଉନ୍ନତି ସହିତ ଚାଷୀ ମାନେ ମଧ୍ୟ ଅଧିକ ରୋଜଗାର ପାଇ ପାରିବେ ଏନେଇ ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ରାକେଶ ରୋଶନ ବେହେରା ଙ୍କୁ ପଚାରିବାରୁ ଆମ ପାଖକୁ ଏମିତି କୌଣସି ଅଭିଯୋଗ ଆସିନାହି ଯଦି ସେଭଳି କୌଣସି ସଫଳ ଚାଷୀ ଅଛନ୍ତି ତାହେଲେ ସେମାନେ ଆମ ସହିତ ଯୋଗାଯୋଗ କଲେ ସେମାନଙ୍କୁ ଯଥା ସମ୍ଭବ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।

 

Leave A Reply

Your email address will not be published.

ବ୍ରେକିଂ