ରାଜ୍ୟରେ ତେଜୁଛି ଚାଷୀ ଆନ୍ଦୋଳନ, ଜିଲ୍ଲାପାଳ ଅଫିସ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ

ଓଡିଶା: କେନ୍ଦ୍ର ସରକାରଙ୍କ କୃଷି ବିଲ୍ ପ୍ରତ୍ୟାହାର ଦାବିରେ ସର୍ବଭାରତୀୟ ସ୍ତରରେ କୃଷି ଆନ୍ଦୋଳନ ଜୋରସୋର ଚାଲିଥିବା ବେଳେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ପଡିଛି। ସର୍ବଭାରତୀୟ କୃଷକ ସଙ୍ଘ ର ଆହ୍ୱାନ କ୍ରମେ ଆଜି ଦେଵଗଡ଼, ସୋନପୁର ଓ ମୟୁରଭଞ୍ଜ ଜିଲ୍ଲାରେ ହଜାର ହଜାର ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଦେଵଗଡ଼ ଜିଲ୍ଲା କୃଷକ ସଙ୍ଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଲୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ଚାଷୀ। କେନ୍ଦ୍ର ସରକାରଙ୍କ ପାରିତ ୩ କୃଷି ଆଇନ କୁ ପ୍ରତ୍ୟାହାର କରିବା ଏବଂ ସର୍ବନିମ୍ନ ସହାୟକ ମୁଲ୍ୟ କୁ ଆଇନ ର ରୂପ ଦେବା  ପାଇଁ କୃଷକ ସଙ୍ଘ ଦାବି କରିଛି। କୃଷି ଏବଂ ବିଭିନ୍ନ ସରକାରୀ ସଂସ୍ଥା କୁ ଘରୋଇକରଣ କରିବା କୃଷକଙ୍କ ପ୍ରତି ଉଦାସୀନତା ରୁଗ୍ଣ ମନୋଭାବ ପ୍ରତିପୋଷଣ କରୁଥିବା ଅଭିଯୋଗ କରି ପ୍ରଶାସନ ତଥା ସରକାରଙ୍କ ବିରୋଧରେ ଚାଷୀ ସଂଗଠନ ସ୍ୱର ଉତ୍ତୋଳନ କରିଛନ୍ତି ଚାଷୀ।

ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ତରଫରୁ ଜିଲ୍ଲାପାଳ କାର୍ଯ୍ୟ।ଳୟ ସମ୍ନାରେ ଧାରଣା ଦିଆଯାଇଛି। କୃଷି ବିଲ ୨୦୨୦ଙ୍କୁ ସଂପୂର୍ଣ୍ଣ ରୂପେ ପ୍ରତ୍ୟାହାର, ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା, ଜମି ମାଲିକାନା ଅକ୍ଷୁର୍ଣ୍ଣ ରଖିଭାଗ ଚାଷୀଙ୍କୁ ଆଇନଗତ ମାନ୍ୟତା, ମଣ୍ଡି ବ୍ୟବସ୍ଥାକୁ ମଜବୁତ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଜିଲ୍ଲାରେ ଚାଷୀ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ ଜଣାଇଛି।  ଏହି ଅବସରରେ ଜିଲ୍ଲାପାଳ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଏକ ଦାବୀପତ୍ର ପ୍ରଦାନ କରାଯାଇଛି।

ମୟୁରଭଞ୍ଜ ଜିଲ୍ଲା ରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ମାନେ ଏକ ବିରାଟ ଶୋଭା ଯାତ୍ରାରେ ବାରିପଦା ମଧୁବନ ପଡିଆରୁ ବାହାରି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାଷୀଙ୍କ ଏହି ଆନ୍ଦୋଳନକୁ କଂଗ୍ରେସ, ସିପିଆଇ, ସିପିଏମ ଆଦି ବହୁ ଦଳ ମଧ୍ୟ ସମର୍ଥନ ହେଇଥିବାର ଜଣାଇଛି।

 

Leave A Reply

Your email address will not be published.

ବ୍ରେକିଂ