ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ:  ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପିଛା ଛାଡୁନି ବିବାଦ ।  କୋଲକାତା ଉଲଟାଡାଙ୍ଗା ଥାନାନରେ କଙ୍ଗନାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଟିଏମସି ନେତା ରିଜୁ ଦତ୍ତ କଙ୍ଗନାଙ୍କ ବିରୋଧରେ ଏହି ଏଫ୍ଆଇଆର୍ ଦାଖଲ କରିଛନ୍ତି। କଙ୍ଗନା  ହିଂସାକୁ ଉସୁକାଇବା ଭଳି ମତ ଦେଇଥିବା ଅଭିଯୋଗ କରିଛନ୍ତି ରିଜୁ ଦତ୍ତା । ଏହାସହ ମମତା ବାନାର୍ଜୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ହୋଇଛି ।

ଦତ୍ତାଙ୍କ କହିବା ଅନୁସାରେ କଙ୍ଗନା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି । କଙ୍ଗନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅନେକ ଆପତ୍ତିଜନକ ପୋଷ୍ଟ କରିଛନ୍ତି । ଆଉ ପୋଲିସଙ୍କୁ ଏଫ୍‌ଆଇଆର ଦେବା ସମୟରେ ଏହିସବୁର ସ୍କ୍ରିନସର୍ଟ ମଧ୍ୟ ଦତ୍ତା ପୋଲିସଙ୍କୁ ଦେଖାଇଛନ୍ତି । 

ନିକଟରେ ପଶ୍ଚିମବଙ୍ଗ ହିଂସା ଉପରେ ଆପତ୍ତିଜନକ ଟ୍ୱିଟ୍ କରିବାପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଛି। ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ରାଜ୍ୟରେ ହୋଇଥିବା ହିଂସା ଉପରେ ଅଭିନେତ୍ରୀ ମନ୍ତବ୍ୟ ଦେଇଥିଲେ।

Leave A Reply

Your email address will not be published.

ବ୍ରେକିଂ