ମା’ ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁରj ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଅଗ୍ନିକାଣ୍ଡ ଘଟିଛି । ତାରାତାରିଣୀ ପୀଠର ଥିବା ଦୀପ ଗୃହରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣରେ କାହାର କିଛି କ୍ଷତି ହୋଇନାହିଁ । ଅଗ୍ନିସମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି ।

ତିନୋଟି ଦୀପଦାନ ଗୃହରେ ନିଆଁ ଲାଗିଥିବାରୁ ସେଥିମଧ୍ୟରୁ ଦୁଇଟି ଦୀପଦାନ ଗୃହ ସମ୍ପୁର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ନବରାତ୍ର ପୂଜା ଲାଗି ଶ୍ରଦ୍ଧାଳୁ ମାନେ ମହାଦୀପ ଜାଳି ଥିବାବେଳେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ତୁରନ୍ତ ଦମକଳ ବାହିନୀକୁ ଯୋଗାଯୋଗ କରାଯାଇଥିଲା ।

Leave A Reply

Your email address will not be published.

ବ୍ରେକିଂ