ଭୁବନେଶ୍ୱର ଗ୍ରୀନ୍‌ ଚିଲ୍ଲିରେ ଭୟାବହ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ଗ୍ରାହକ, କର୍ମଚାରୀ

ଭୁବନେଶ୍ୱର: ଭୁବନେଶ୍ୱର ବିରିୟାନୀ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ଗୋପବନ୍ଧୁ ଛକ ନିକଟରେ ଥିବା ଗ୍ରୀନ ଚିଲ୍ଲିଜ୍ ବିରିୟାନୀ ସେଣ୍ଟରରେ ନିଆଁ ଲାଗି ଯାଇଛି ।ଗ୍ୟାସ୍ ଚୁଲ୍ଲା ଉପରେ ଥିବା ତେଲ କଢ଼େଇ ଢଳି ଯିବା ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡରେ ଗ୍ରାହକ ଓ ଦୋକାନ କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ସୂଚନାନୁସାରେ ଆଜି ସନ୍ଧ୍ୟାରେ ଗ୍ରୀନ ଚିଲ୍ଲିଜର ମିନି ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ପାଇଁ ରୋଷେଇ ଚାଲୁଥିଲା। ହଠାତ ଗ୍ୟାସ୍ ଚୁଲ୍ଲା ଉପରେ ଥିବା ତେଲ କଢ଼େଇ ଢଳି ଯିବା ଫଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି , ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ । ଅଗ୍ନିକାଣ୍ଡ ଯୋଗୁଁ କେବଳ ଖାଦ୍ୟ ସାମଗ୍ରୀ ଜଳି ପୋଡ଼ ଯାଇଥିବା ବେଳେ କୌଣସି ପ୍ରକାର ଜୀବନ ହାନୀ ହୋଇନି । କେହିଁ ଆହତ ମଧ୍ୟ ହୋଇଥିବା ସୂଚନା ନାହିଁ ।

Leave A Reply

Your email address will not be published.

ବ୍ରେକିଂ