ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ କ୍ୟାଡର ମାଓବାଦୀ ମୃତ

ବରଗଡ଼: ବରଗଡ଼ ପୋଲିସକୁ ବଡ଼ ସଫଳତା ମିଳିଛି। ବରଗଡ଼ ଜିଲ୍ଲା ପଦମପୁରରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ପୋଲିସ ଡିଜିପି ଅଭୟ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଜଦେଇଛନ୍ତି ।

ନିହତ ମାଓବାଦୀ ଜଣକ କମାଣ୍ଡର ରବିନ୍ଦର ବୋଲି ଅନୁମାନ କରାଯାଉଛି। ବିଭିନ୍ନ ମାରଣାସ୍ତ୍ର ସମେତ ସେ ବ୍ୟବହାର କରୁଥିବା ଏକେ ୪୭ ରାଇଫଲ ଜବତ କରିଛି ପୋଲିସ। ବରଗଡ଼ ଜିଲ୍ଲା ଘେଁସ ବନଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ ନିକଟରେ ମାଓବାଦୀ ରହିଥିବା ଗୁପ୍ତ ସୂଚନା ପାଇବାପରେ ଗତକାଲି ରାତିରେ ପୋଲିସ ଡିଭିଏଇ ଏବଂ ଏସଓଜି ଯବାନ ମିଳିତ ଅପରେସନ କରିଥିଲେ।

ପୋଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ମାଓବାଦୀଙ୍କ ସଂଗଠନରେ ସାଧାରଣତଃ ସିନିୟର କ୍ୟାଡରମାନେ ଏକେ ୨୭ ବନ୍ଧୁକ ବ୍ୟବହାର କରନ୍ତି। ତେଣୁ ମୃତ ମାଓବାଦୀ ଜଣେ ସିନିୟର କ୍ୟାଡର ବୋଲି ଅନୁମାନ କରାଯାଉଛି। ତେବେ ମୃତ ମାଓବାଦୀର ପରିଚୟ ସ୍ପଷ୍ଟ ହୋଇପାରିନି।

ତେବେ ମାଓବାଦୀଙ୍କୁ ହିଂସାର ପଥ ଛାଡି ଠିକ୍ ବାଟରେ ଚାଲିବାକୁ ଅପିଲ୍ କରିଛନ୍ତି ପୋଲିସ ଡିଜିପି ଅଭୟ । ଏଥିସହ ରାଜ୍ୟ ସରକାରଙ୍କ ଥଇଥାନ ଯୋଜନାରେ ସାମିଲ ବେହାକୁ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ