ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର

ପୁରୀ: ହୁହୁ ହୋଇ ଜଳିଗଲା ୧୦ ବଖରା ଘର ।  ପୁରୀ ଜିଲ୍ଲା ସଦର ବ୍ଲକ ଅଧିନସ୍ଥ ନୂଆଗାଁରେ ଅଗ୍ନିକାଣ୍ଡ ଘଟି ପାଞ୍ଚଟି ପରିବାରର ୧୦ ବଖରା ଘର ପୋଡି ପାଉଁଷ ହୋଇଯାଇଛି ।

ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ସତ୍ୟାବାଦୀ ଅଗ୍ନିଶମ ବାହିନୀ  ଓ ସ୍ଥାନୀୟ ଲୋକେ ମିଶି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି  ।

ଦତେବେ, ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ବି,  ବିଦ୍ୟୁତ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.

ବ୍ରେକିଂ