ଶେଷ ହେଲା ଲୋକସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଲୋକସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଶନିବାର ଶେଷ ହୋଇଛି। ବାଚସ୍ପତି ଓମ ବିରଳା ଗୃହକୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଆରମ୍ଭ ହେବ।

ସଂସଦର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ। ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ରାଷ୍ଟ୍ରପତି ସଂସଦର ଉଭୟ ଗୃହକୁ ସମ୍ବୋଧିତ କରନ୍ତି। ଏହା ସହ ଆରମ୍ଭ ହୋଇଥିବା ସଂସଦ ଅଧିବେଶନରେ ବାର୍ଷିକ ବଜେଟ୍‌ ଉପସ୍ଥାପନ କରାଯାଏ। ବଜେଟ୍‌ ଉପସ୍ଥାପନ ପରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା କରାଯାଏ। ପରେ ଉପସ୍ଥାପିତ ବଜେଟକୁ ବିଭିନ୍ନ ବିଭାଗୀୟ ଷ୍ଟାଣ୍ଡିଂ କମିଟି ପରୀକ୍ଷା ନିରୀକ୍ଷା ଲାଗି ସଂସଦକୁ ସ୍ଥଗିତ ରଖାଯାଏ।

ଷ୍ଟାଣ୍ଡିଂ କମିଟିଙ୍କ ବଜେଟ୍ ଅନୁଧ୍ୟାନ ପରେ ଦ୍ୱିତୀୟ ଅଧିବେଶନକାଳରେ ବ୍ୟୟମଞ୍ଜୁରି ବିଧେୟକ ଗୃହରେ ଉପସ୍ଥାପନ କରାଯିବା ସହ ଗୃହିତ କରାଯାଇଥାଏ। ଚଳିତ ବିଧାନସଭା ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହେବ। ଏଣୁ ସ୍ଥିରିକୃତ କାର୍ଯ୍ୟସୂଚୀ ଅନୁସାରେ ସଂସଦ ସ୍ଥଗିତ ହୋଇଛି।

Leave A Reply

Your email address will not be published.

ବ୍ରେକିଂ