ଓଲଟିଲା ମାଛ ବୋଝେଇ ମିନି ଟ୍ରକ୍

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁଠାରେ ଏକ ମାଛ ବୋଝେଇ ମିନି ଟ୍ରକ୍‌ ଓଲଟିପଡିଛି । ଟ୍ରକ୍‌ ଟି ଏକ କାର୍‌କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଫଳରେ କିଛି ସମୟ ପାଇଁ ରାସ୍ତା ମାଛମୟ ହୋଇଯାଇଥିଲା। ସେପଟେ ଦୁର୍ଘଟଣାରେ ମିନି ଟ୍ରକ୍‌ ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ଓଡଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ମାଛ ବୋଝେଇ ମିନି ଟ୍ରକ୍‌ ଟି ନୟାଗଡ଼ରୁ ଭଞ୍ଜନଗର ଅଭିମୁଖେ ଯାଉଥିଲା। ଏହି ସମୟରେ ଓଡ଼ଗାଁ ରଘୁନାଥଜୀଉ ମହାବିଦ୍ୟାଳୟ ସମ୍ମୁଖରେ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ମାଛ ବୋଝେଇ ଟ୍ରକଟି ଓଲଟି ପଡି ରାସ୍ତା ମାଛମୟ ହୋଇଯାଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ରାସ୍ତାରୁ ମାଛ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।

Leave A Reply

Your email address will not be published.

ବ୍ରେକିଂ