ମାଛ ଗୋଦାମ ଲୁଟ ଘଟଣା; ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ ସହ ଅଭିଯୁକ୍ତ ଗିରଫ

ଜଗତପୁର: ନିମପୁର ସ୍ଥିତ ଜୈନିକ ମାଛ ଗୋଦାମରୁ ଲୁଟ ଘଟଣା । ଜଗତପୁର ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ନଗତ ଅର୍ଥ, ସୁନା ଅଳଙ୍କାର, ଦାମୀ ମୋବାଇଲ ସହିତ ଚୋରା  ବାଇକ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ଜେନାପୁର ଥାନା ରେଖିଦେଇପୁର ଅଞ୍ଚଳ ର ଅଶୋକ ମଲ୍ଲିକ ବୋଲି ଜଣାପଡିଛି । ସେ ଜଗତପୁର ଥାନା ନାନାକାର ଗ୍ରାମର ରହୁଥିବା ସୂଚନା ମିଳିଛି l

ସୂଚନା ମୁତାବକ ନିମପୁର ମାଛ ଗୋଦାମରୁ ଚଳିତ ମାସ ୧୫ ତାରିଖ ବିଳମ୍ବିତ ରାତିରେ ତାଲା ଭାଙ୍ଗି କେହି ଦୁର୍ବୃତ୍ତ ୨ ଲକ୍ଷ ୫୦ ହଜାର ଟଙ୍କା ଲୁଟ କରିଥିଲେ । ତେବେ ମାଛ ବ୍ୟବସାୟୀମାନେ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ତଦନ୍ତ ଅଧିକାରୀ ଏସ ଆଇ ତୃପ୍ତିମୟୀ ସାହୁଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୋଲିସ  ସ୍କୁୟଡ ଆଜି ଭୋର ସମୟରେ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା  l ଗିରଫ ଅଭିଯୁକ୍ତ ଠାରୁ ନଗଦ  ୨ ଲକ୍ଷ ୫୦ ହଜାର ଟଙ୍କା ,୩୪  ଗ୍ରାମର ସୁନା ଅଳଙ୍କାର, ଚୋରିରେ ବ୍ୟବହୃତ  ବାଇକ ଓ ଦାମୀ ମୋବାଇଲ ଜବତ କରିଛି l ପୂର୍ଵରୁ ଜଗତପୁର ଥାନାରେ  ଅଭିଯୁକ୍ତ ନାମ ରେ ମାମଲା ଥିବା ପୋଲିସ ସୂଚନା ଦେଇଛି  l ପୋଲିସ ଏକ  ମାମଲା ରୁଜୁ କରି ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି l

 

Leave A Reply

Your email address will not be published.

ବ୍ରେକିଂ