କର୍ଲାପାଟ ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ, ୧୩ ଦିନରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭବାନୀପାଟଣା: ଥମୁନି ହାତୀ ମୃତ୍ୟୁ ସଂଖ୍ୟା। କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ଆଜି ପୁଣି ଏକ ହାତୀର ମୃତ୍ୟୁ ହୋଇଛି। ବନ ବିଭାଗର କର୍ମଚାରୀମାନେ ଘୁଷୁରିଗୁଡ଼ା ନାଳରୁ ହାତୀର ମୃତଦେହ ଉଦ୍ଧାର କରିଛନ୍ତି।

ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସଂକ୍ରମଣ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ୧୩ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ଗତ ୧ତାରିଖରେ କର୍ଲାପାଟ ନିକଟରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିଲା। ସେହିଭଳି ୮ତାରିଖରେ କର୍ଲାପାଟର ଘୁଷୁରିଗୁଡ଼ି ନିକଟରେ ୨ୟ ମାଈ ହାତୀର ମୃତ୍ୟୁ ହୋଇଥିଲା। ୧୧ ତାରିଖରେ ୩ୟ ମାଈ ହାତୀର ମୃତ୍ୟୁ ହୋଇଥିଲା।  ୧୨ତାରିଖରେ ଚତୁର୍ଥ ହାତୀ ଓ ଆଜି ଆଉ ଏକ ହାତୀର ମୃତ୍ୟୁ ହୋଇଛି।

Leave A Reply

Your email address will not be published.

ବ୍ରେକିଂ