ବ୍ରାଉନ ସୁଗାର କାରବାରରେ ୫ ଗିରଫ

ପୁରୀ: ବ୍ରାଉନ ସୁଗାର କାରବାରରେ  ୫ ଗିରଫ । ୫ ଜଣ ଡ୍ରଗ୍ସ ବ୍ରବସାୟୀଙ୍କୁ ଗିରଫ କରିଛି ପୁରୀ ଏସଟିଏଫ୍ । ଏଥିସହ ସେମାନଙ୍କଠାରୁ  ୨୫୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି  । ଜବତ ୨୫୦ ଗ୍ରାମ୍ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା। ଏନେଇ ବଳିଆପଣ୍ଡା ଥାନାରେ ମାମଲା ରୁଜୁ ହୋଇଛି ।

ଘଟଣାରେ ଗୋଟିଏ ବାଇକ, ଗୋଟିଏ କାର, ୧୧ଟି ମୋବାଇଲ ଫୋନ, ଦୁଇଟି ଡେବିଟ କାର୍ଡ ଜବତ ହୋଇଛି । ଅଭିଯୁକ୍ତ ମାନେ ବଳିଆପଣ୍ଡା ବାଇପାସ ରାସ୍ତାରେ ଡ୍ରଗ୍ସ ବ୍ୟବସାୟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଓ ଏସଟିଏଫ ମିଳିତ କରି ଏମାନଙ୍କୁ ଗିରଫ କରିଛି ।

Leave A Reply

Your email address will not be published.

ବ୍ରେକିଂ