ହୀରାକୁଦର ଆଉ ୫ଟି ଗେଟ୍ ବନ୍ଦ ,୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ଘଟିଛି । ତେଣୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତରରେ ମଧ୍ୟ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୫ଟି ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ୪ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି ।  ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୯.୦୨ ଫୁଟ୍ ଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୯୪, ୭୫୮ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ପ୍ରତି ସେକେଣ୍ଡରେ ୧, ୭୭, ୩୪୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ସର୍ବାଧିକ ଝଳଧାରଣା କ୍ଷମତା ୬୩୦ଫୁଟ ରହିଛି ।

Leave A Reply

Your email address will not be published.

ବ୍ରେକିଂ