ନାକଟିଦେଉଳ ଜଙ୍ଗଲରୁ ୫ ଶିକାରୀ ଗିରଫ, ବନ୍ଧୁକ ଜବତ

ନାକଟିଦେଉଳ: ନାକଟିଦେଉଳ ବନାଞ୍ଚଳରେ ଦିନକୁ ଦିନ ଶିକାରୀମାନଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ବନ୍ୟଜନ୍ତୁମାନଙ୍କୁ ଶିକାର କରିବା ପାଇଁ ରାତିରେ ପଇଁତାରା ମାରୁଛନ୍ତି ଶିକାରୀଦଳ । ହେଲେ ବିଶେଷ ସୂତ୍ରରୁ ଖବର ପାଇ ନାକଟିଦେଉଳ ବନାଞ୍ଚଳ ଖୋଲଗଡ ସଂରକ୍ଷିତ ଜଙ୍ଗଲରୁ ୫ ଜଣ ଶିକାରୀ ଶିକାର କରୁଥିବାର ବନ ବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇଛି ।

ଏଥିସହ ସେମାନଙ୍କ ଠାରୁ ୨ ଟି  ଦେଶୀ ବନ୍ଧୁକ , ଦୁଇଟି ମୋଟର ସାଇକେଲ ଏବଂ ଏକ ମୁଶା ଜାତୀୟ ଜନ୍ତୁକୁ ଜବତ କରିଛି ବନବିଭାଗ ।  ଅଭିଯୁକ୍ତମାନେ ହେଲେ ସିମିଳିପାଳ , ବନ୍ଧୁପାଲି ଓ କାଦୋବାହାଳି ଅଞ୍ଚଳର ସୁମନ୍ତ ମାଝୀ , ଆର୍ତ ଦେହୁରି , ଜିତେନ୍ଦ୍ର ସାହୁ ,ମଦନ ସାହୁ ଓ ନରେନ୍ଦ୍ର ସାହୁ ବୋଲି ଜଣାପଡିଛି । ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ଜାମିନ୍ ନାମଞୁର ହେବାରୁ ସେମାନଙ୍କୁ ଜେଲ୍ ହାଜକୁ ପଠାଇଦେଇଥିବା ଜଣା ପଡିଛି ।

Leave A Reply

Your email address will not be published.

ବ୍ରେକିଂ