ଭାରତର ପୂର୍ବତନ କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ପାର୍ଥିବ ପଟେଲଙ୍କ ବାପାଙ୍କ ଦେହାନ୍ତ । ରବିବାର ଦେହାନ୍ତ ହୋଇଥିବା ନେଇ ନିଜେ ପାର୍ଥିବ ପଟେଲ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ପାର୍ଥିବଙ୍କ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲ ୨୦୧୯ରୁ ବ୍ରେନ୍‌ ହାମ୍‌ରେଜ ସହ ଲଢୁଥିଲେ ।

ସେ ଦୁଃଖ ପ୍ରକାଶ କରିବା ସହ ଲେଖିଛନ୍ତି, ‘ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡୁଛି ଯେ, ଆଜି ମୋ ବାପା ଅଜୟଭାଇ ବିପିନଚନ୍ଦ୍ର ପଟେଲଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ଆତ୍ମାକୁ ଶାନ୍ତି ମିଳୁ। ତାଙ୍କ ଆତ୍ମାର ଶାନ୍ତି ପାଇଁ ପାର୍ଥନା କରନ୍ତୁ।’

୨୦୧୯ରେ ପାର୍ଥିବ ସୋସିଆଲ ମିଡିଆରେ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଥିଲେ। ପାର୍ଥିବ ଟ୍ୱିଟ୍ କରି କହିଥିଲେ ଯେ, ‘ତାଙ୍କ ବାପା ବ୍ରେନ ହାମରେଜ୍‌ରେ ପୀଡିତ।’ ପାର୍ଥିବ ସେହି ସମୟରେ ଆଇପିଏଲ୍ ୨୦୧୯ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିଲେ।

Leave A Reply

Your email address will not be published.

ବ୍ରେକିଂ