ଲୁଟ ଅଭିଯୋଗରେ ପୂର୍ବତନ ବିଧାୟକ ଗିରଫ୍

ଫୁଲବାଣୀ: ଗିରଫ୍ ହେଲେ ପୂର୍ବତନ ବିଧାୟକ ।  ଲୁଟ ଅଭିଯୋଗରେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଗିରଫ ହୋଇଛନ୍ତି । ଏକ ଡକାୟତି ମାମଲାରେ ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଉଭୟଙ୍କୁ ଆଜି ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି ।  ଗିରଫ୍ ଅନ୍ୟ ସହଯୋଗୀ ଜଣଙ୍କ ଆଇଆରବିଏନର ହାବିଲଦାର ଶ୍ରୀନିବାସ କହଁର ବୋଲି ଜଣାପଡିଛି ।  ତେବେ ଏହି ମାମଲାରେ ସଂପୃକ୍ତ ଅନ୍ୟ ୩ଜଣ ଫେରାର ଥିବା କୁହାଯାଇଛି ।

ସୂଚନାଯୋଗ୍ୟ , ଗତ ୯ ତାରିଖ ଦିନ ଫୁଲବାଣୀ ନିକଟ ଏକ ପର୍ଯ୍ୟଟନସ୍ଥଳୀ ଉର୍ମାଗଡକୁ ବୁଲି ଆସିଥିବା ଢେଙ୍କାନାଳ ଅଞ୍ଚଳର ପର୍ଯ୍ୟଟକ କାମ।କ୍ଷା ବେହେରା ଓ ତାଙ୍କ ବନ୍ଧୁମାନଙ୍କୁ ମାଡ଼ ମାରିବା ସହ ତାଙ୍କର ଟଙ୍କା ପଇସା ଜିନିଷପତ୍ର ଲୁଟି ନେଇଥିବା ସଂପର୍କରେ ଗତ ୧୧ ତାରିଖ ଦିନ ଟାଉନଥାନାରେ ମାମଲା ଦାଏର ହୋଇଥିଲା ।  ତାଙ୍କୁ ଦେବେନ୍ଦ୍ର ମାଡ ମାରି ଲୁଟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.

ବ୍ରେକିଂ